ଭୁବନେଶ୍ୱର: ଚଳିତ ମାସ ଆରମ୍ଭରେ ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ପିଡ଼ିତ ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି ଭାରତୀୟ ଫୁଟବଲ ଟିମ୍ । ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲ ମୁକାବିଲାରେ ଭାରତ ଲେବାନନକୁ ହରାଇ ଟାଇଟଲ କବଜା କରିଥିଲା । ଭାରତ ପାଇଁ ସୁନିଲ ଛେତ୍ରୀ ଏବଂ ଲାଲିଆନଜୁଆଲା ଚଙ୍ଗତେ ଦୁଇଟି ଗୋଲ୍ କରିଥିଲେ । ଭାରତୀୟ ଦଳର ଏହି ସଫଳତା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହୋଇ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
ସୋମବାର ଭାରତୀୟ ଫୁଟବଲ ଟିମ୍ ଏକ ଟ୍ୱିଟ୍ କରି କହିଛି ଯେ, ଆମର ବିଜୟ ପାଇଁ ଦଳକୁ ନଗଦ ବୋନସ ପ୍ରଦାନ କରିଥିବା ଓଡିଶା ସରକାରଙ୍କ ପାଖରେ ଆମେ କୃତଜ୍ଞ । ତେବେ ଡ୍ରେସିଂ ରୁମ୍ରେ ଏକ ସାମୂହିକ ନିଷ୍ପତ୍ତି ଅନୁଯାୟୀ ଆମେ ଏହି ମାସ ଆରମ୍ଭରେ ରାଜ୍ୟରେ ଘଟିଥିବା ଦୁର୍ଭାଗ୍ୟଜନକ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ପରିବାରମାନଙ୍କ ପାଇଁ ରିଲିଫ୍ ଏବଂ ଥାଇଥାନ କାର୍ଯ୍ୟ ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛୁ ।
We’re grateful for the gesture by the Government of Odisha to award the team with a cash bonus for our win.
In what was an instant and collective decision by the dressing room, we’ve decided to donate Rs. 20 lakh of that money towards relief and rehabilitation… pic.twitter.com/l2SbRzUeKJ
— Indian Football Team (@IndianFootball) June 19, 2023
ଏହି ଗତକାଲି ଫାଇନାଲ ମ୍ୟାଚ୍ ପରେ ଟୁର୍ଣ୍ଣାମେଣ୍ଟର ସପଳ ଆୟୋଜନ ପାଇଁ ଭାରତୀୟ ଫୁଟବଲ୍(ଏଆଇଏଫଏଫ) ଅଧ୍ୟକ୍ଷ କଲ୍ୟାଣ ଚୌବେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପଟେ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।