fbpx

ପିଲାଙ୍କୁ କ୍ଷୀର ବିସ୍କୁଟ ଦେଉଛନ୍ତି କି! ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ନୀତିଦିନ ବିସ୍କୁଟ କ୍ଷୀର ପିଲାଙ୍କୁ ଖାଇବାକୁ ଦେଉଛନ୍ତି କି? ସାବଧାନ ହୋଇଯାଆନ୍ତୁ…କ୍ଷତି ସହିବ ପିଲା । ଛୋଟବେଳେ ସମସ୍ତଙ୍କ ପ୍ରିୟ ଖାଦ୍ୟ କ୍ଷୀର ବିସ୍କୁଟ । ପ୍ରାୟତଃ ଖାଲି କ୍ଷୀର ଛୋଟପିଲାମାନେ ପସନ୍ଦ କରୁନଥିବାରୁ ମା ବାପା କ୍ଷୀର ସହ ବିସ୍କୁଟ୍ ଏବଂ କୁକିଜକୁ ଖାଇବା ପାଇଁ ଦେଇଥାନ୍ତି । ଏହା ମଧ୍ୟ ଖାଇବା ପାଇଁ ସହଜ ହୋଇଥାଏ । ଯାହାକି ପିଲାମାନଙ୍କୁ କ୍ଷୀର ପ୍ରତି ଆକୃଷ୍ଟ କରିଥାଏ । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିଥାଏ ଫଳରେ ପିଲାମାନେ ଏହି ଖାଦ୍ୟପ୍ରତି ଅଭ୍ୟାସରେ ପଡି ଯାଆନ୍ତି । କିନ୍ତୁ ଜାଣିଛନ୍ତି କି ଏହାକୁ ଅତ୍ୟାଧିକ ଖାଇବା ଦ୍ୱାରା କଣ ହୋଇଥାଏ ।

ଏହାକୁ ଅଭ୍ୟାସ କରିବା ଦ୍ୱାରା ପିଲାଙ୍କମାନଙ୍କଠାରେ ମିଲ୍କ ବିସ୍କୁଟ୍‌ ସିଣ୍ଡ୍ରୋମ ଦେଖାଦିଏ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଯାହାକି ମା ବାପା ଏହି ରୋଗ ବିଷୟରେ ଜାଣି ପାରନ୍ତି ନାହିଁ । ଏହାକୁ ଡାକ୍ତରମାନେ ସାଧାରଣତ ମିଲ୍କ ବିସ୍କୁଟ୍ ରୋଗ ବୋଲି କହିଥାନ୍ତି । ମିଲ୍କ ବିସ୍କୁଟ୍ ସିଣ୍ଡ୍ରୋମ ହେଉଛି ଏପରି ଏକ ରୋଗ ଯାହା ଅଧିକ ପରିମାଣରେ ଖାଇଲେ ହୋଇଥାଏ । ବିସ୍କିଟରେ ପ୍ରଚୁର ପରିମାଣରେ ଚିନି ଏବଂ ମଇଦା ରହିଥାଏ । ଯାହାକି ଆସ୍ୱାସ୍ଥ୍ୟ କର ଚର୍ବି ତିଆରି କରିଥାଏ ।

ତେବେ ଯଦି ଶୋଇବା ପୂର୍ବରୁ ପିଲାମାନେ କ୍ଷୀର ବିସ୍କୁଟ ଖାଆନ୍ତି ତେବେ ଏହା ପେଟରେ ଏସିଡିଟି କରାଇଥାଏ । ଫଳରେ ପେଟ ଯନ୍ତ୍ରଣା କରାଇଥାଏ । ଏହା ସହ ଛାତିରେ ଯନ୍ତ୍ରଣା, କାଶ କଫ ଇତ୍ୟାଦି ହୋଇଥାଏ । ଏହା କେବଳ ମିଲ୍କ ବିସ୍କୁଟ୍ ସିଣ୍ଡ୍ରୋମ ଯୋଗୁଁ ହି ଘଟିଥାଏ । ଯଦି ପ୍ରତ୍ୟେକ ଦିନ ଆପଣ ପିଲାମାନଙ୍କୁ କ୍ଷୀର ବିସ୍କୁଟ୍ ଖାଇବାକୁ ଦେଉଛନ୍ତି ତେବେ ଏହା ବନ୍ଦ କରନ୍ତି । ନଚେତ୍ ଗଳା ଯନ୍ତ୍ରଣା, କାଶ , କୋଷ୍ଠକାଠିନ୍ୟ, ଡାଇରିଆ ଭଳି ସମସ୍ୟା ଦେଖାଦେବ ।

ମିଲ୍କ ବିସ୍କୁଟ୍ ସିଣ୍ଡ୍ରୋମର ଲକ୍ଷଣ– ଏହି ରୋଗ ହେଲେ ପିଲମାନେ ରାତିରେ କ୍ଷୀର ବିସ୍କୁଟ୍ ଖାଇବା ପାଇଁ ଜିଦ୍ କରିଥାନ୍ତି । ଏମିତିକି ଖାଇସାରିବା ପରେ ମଧ୍ୟ କ୍ଷୀର ବିସ୍କୁଟ୍ ଖାଇବାକୁ ଜିଦ୍ ଧରନ୍ତି । ବିନା ବିସ୍କୁଟରେ କ୍ଷୀର ଖାଆନ୍ତି ନାହିଁ । ଅନ୍ୟ ଖାଦ୍ୟ ଖାଇବା ବଦଳରେ କେବଳ କ୍ଷୀର ବିସ୍କୁଟ୍ ଖାଇବାକୁ ଜିଦ୍ କରିଥାନ୍ତି । ଦିନକୁ ବାରମ୍ବାର କେବଳ କ୍ଷୀର ବିସ୍କୁଟ୍ ଖାଇବାକୁ ଜିଦ୍ କରିଥାନ୍ତି । ଏହି ସବୁ ଲକ୍ଷଣ ଦେଖାଦେଲେ ଜାଣିହେବ ଯେ ପିଲାଙ୍କୁ ମିଲ୍କ ବିସ୍କୁଟ୍ ସିଣ୍ଡ୍ରୋମ ରୋଗ ହୋଇଛ

Get real time updates directly on you device, subscribe now.