fbpx

Video : ମହିଳାକୁ ଟାଣି ନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଆରମ୍ଭ

ପଟ୍ଟାମୁଣ୍ଡାଇ : ରାଜନଗର ଥାନା ଅର୍ନ୍ତଗତ ଚାନ୍ଦିବାଉଁଶମୂଳ ଅଞ୍ଚଳର ହାତିଆଗଡି଼ ଠାରେ ଘଟିଯାଇଛି ଏକ ବିରାଟ ଅଘଟଣ । ଜଣେ ମହିଳା କେନାଲ କୂଳରେ ବସି ବାସନ ମାଜୁଥିବା ସମୟରେ କୁମ୍ଭୀରର ଶୀକାର ହୋଇଛନ୍ତି । ବାସନ ମାଜିଥିବା ସମୟରେ ଅଚାନକ ପାଣି ଭିତରୁ କୁମ୍ଭୀରଟି ବାହାରି ମହିଳାକୁ ଟାଣି ନେଇଛି ।

ସୂଚନା ଅନୁସାରେ, ହାତିଆଗଡ଼ ଗାଁରେ ବାସ କରୁଥିବା ଜଣେ ମହିଳା ବାସନ ମାଜିବା ପାଇଁ ପ୍ରତ୍ୟେକ ଦିନ କେନାଲକୁ ଯାଆନ୍ତି । କିନ୍ତୁ ଦୁଃଖର ଘଟଣା ଏହା ଯେ । ଆଜି ଅପରାହ୍ନରେ ମହିଳା ଜଣକ ବାସନ ମାଜିଥିବା ପାଇଁ ସେହି ସ୍ଥାନକୁ ଯାଇଥିବା ବେଳେ ଏକ କୁମ୍ଭୀର ଅଚାନକ ଆସି ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଅନେକ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିଥିବାରୁ ମହିଳାକୁ ଖୋଜା ପଡିଥିଲା ।

ପରବର୍ତ୍ତୀ ସମୟରେ ଏହାର ଖବର ଗାଁ ଲୋକ ପାଇ ବନ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ । କର୍ମଚାରୀ ତୁରନ୍ତ ଆସି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ପକ୍ଷରୁ ମହିଳାଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Get real time updates directly on you device, subscribe now.