fbpx

ବାବା ଭେଙ୍ଗାଙ୍କ ୨୦୨୩ ଭବିଷ୍ୟବାଣୀ: ଏହି ୬ ମାସରେ ହେବ ଭୟଙ୍କର ଘଟଣା, ଡରିଲାଣି ସାରା ଦୁନିଆ

ନୂଆଦିଲ୍ଲୀ: ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ପ୍ରତ୍ୟେକଟି ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇଛି । ପ୍ରତ୍ୟେକବର୍ଷ ପୃଥିବୀରେ ଘଟୁଥିବା ଏବଂ ଆଗକୁ ହେବାକୁ ଥିବା ବିଭିନ୍ନ ଘଟଣାବଳୀକୁ ନେଇ ଦୀର୍ଘ ବର୍ଷ ପୂର୍ବରୁ ସୂଚନା ଦେଇଛନ୍ତି । ତେଣୁ ବର୍ଷର ବିଭିନ୍ନ ସମୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ହୋଇଥାଏ । ୧୧୧ ବର୍ଷ ପୂର୍ବେ ବାବା ଭେଙ୍ଗାଙ୍କ ସମସ୍ତ ଭବିଷ୍ୟବାଣୀକୁ ନେଇ ସାରା ବିଶ୍ୱରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି । ୨୦୨୨ ମସିହାରେ ମଧ୍ୟ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି ।

ଚଳିତବର୍ଷ ୨୦୨୩ ପାଇଁ ମଧ୍ୟ ବାବା ଭେଙ୍ଗା ଅନେକ କିଛି ଭବିଷ୍ୟବାଣୀ କରିଥିଲେ । ବାବାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୩ରେ ପୃଥିବୀର କକ୍ଷ ପରିବର୍ତ୍ତନ ହେବ । ଏହି କାରଣରୁ ପୃଥିବୀକୁ ଖୁବ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ । ଏହା ଏତେ ଭୟାନକ ଯେ,ଏହାକୁ କଳ୍ପନା କରିବା ପାଇଁ ମଧ୍ୟ ଭୟ ଲାଗିଥାଏ । ତେବେ ୨୦୨୩ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ସବୁଠାରୁ ଚିନ୍ତାଜନକ ଭବିଷ୍ୟବାଣୀ ହେଉଛି, ସୌରଝଡ । ଏହିବର୍ଷରେ ପୃଥିବୀ ଏକ ସୌରଝଡର ସାମନା କରିବ, ଯାହା ବିନାଶର ମୁଖ୍ୟ କାରଣ ହୋଇପାରିବ । ସୌରଝଡ ଅର୍ଥାତ୍ ସୂର୍ଯ୍ୟକିରଣର ବିସ୍ଫୋରଣ, ଯାହା ଅନେକ ପ୍ରକାରର ଭୟଙ୍କର ରେଡିଏସନ ପୃଥିବୀ ଉପରକୁ ଛାଡିବ । ଏହାର ପ୍ରଭାବରେ ହଜାର ହଜାର ପରମାଣୁ ବୋମା ଭଳି ଶକ୍ତିଶାଳୀ ଏବଂ ଘାତକ ହୋଇପାରେ ।

ସୂଚନା ଅନୁଯାୟୀ, ୧୧୧ ବର୍ଷ ପୂର୍ବରୁ ବାବା ଭେଙ୍ଗା ଆଗାମୀ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି । ୨୦୧୧ ଆକ୍ରମଣ ସହିତ ଡେନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ଘଟଣା ଆଦି ସେ ପୂର୍ବରୁ ଭବିଷ୍ୟବାଣୀ କରିଥିବା କହିଛନ୍ତି ବାବା ଭେଙ୍ଗାଙ୍କ ଅନୁଗତ । ଏସବୁ ସତରେ ପରିଣତ ହୋଇ ସାରିଛି । ତେବେ ଆଉ କିଛି ଭବିଷ୍ୟବାଣୀ ମଧ୍ୟରୁ ଅନେକ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆସନ୍ତା ୨୦୨୮ ସୁଦ୍ଧା ମନୁଷ୍ୟ ଶୁକ୍ରଗ୍ରହକୁ ଯାତ୍ରା କରିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ସେହିପରି ୨୦୪୬ ବର୍ଷରେ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ସାହାଯ୍ୟରେ ଲୋକମାନେ ୧୦୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ଜୀବିତ ରହିପାରିବେ ।

Get real time updates directly on you device, subscribe now.