fbpx

ଶିମିଳିପାଳ ଫରେଷ୍ଟର ହତ୍ୟା ଘଟଣା: ୧୦ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଫରେଷ୍ଟର ମାଠି ହାଁସଦାଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ଫରେଷ୍ଟର ମାଥି ହାଂସଦାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ପାଖରୁ ୨ଟି ଦେଶୀ ବନ୍ଧୁକ ସହ ଧନୁ ଓ ତୀର ଜବତ ହୋଇଥିବା ମୟୂରଭଞ୍ଜ ଏସ୍‍.ପି. – ବି. ଗଙ୍ଗାଧର ସୂଚନା ଦେଇଛନ୍ତି । ଏହି ସମସ୍ତ ଅଭିଯୁକ୍ତଙ୍କ ଘର ଜିଲ୍ଲାର ଠାକୁରମୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

ତଦନ୍ତ ବେଳେ ଜଣାପଡିଛି ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି କରିଥିଲେ ଶିକାରୀ । ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁତୀର, ବାଉଁଶ ଲାଠି ଓ କୁରାଢି, ଲୁହା ରଡ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୬୪/୨ରେ ଆଇପିସିର ଧାରା ୩୦୨, ୩୪, ଅସ୍ତ୍ରଶସ୍ତ୍ର ନିରୋଧ ଆଇର ଧାରା ଓ ୨୭ରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କ ନାଁରେ ପୂର୍ବରୁ ଠାକୁରମୁଣ୍ଡା ଥାନାରେ ଶିକାର କରିବା ଅଭିଯୋଗରେ ମାମଲା ରହିଛି ।

ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ମୟୂରଭଞ୍ଜ ଏସପି କହିଛନ୍ତି । ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଥି ହାଁସଦାଙ୍କର ମୃତ୍ୟୁ ହୋଇଥିଲା । ଶିମିଳିପାଳ ସାଉଥ୍ ଜୋନରେ ରାତି ଅଧରେ ଶିକାରୀଙ୍କ ଗୁଳି ଶବ୍ଦ ଶୁଣି ମୁକାବିଲା କରିବାକୁ ବାହାରିଥିଲେ ଫରେଷ୍ଟର ମାଥି ହାଁସଦା ।ଶିକାରୀମାନଙ୍କୁ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ କୁହାଯାଇଥିଲେ ଫରେଷ୍ଟ ବିଟ୍ ହାଉସରେ ଶିକାରୀଙ୍କ ଅଚାନକ ଗୁଳି ଚାଳନା କରିଥିଲେ । ଫରେଷ୍ଟରଙ୍କ ଛାତିରେ ତିନୋଟି ଗୁଳି ବାଜି ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.