fbpx

ଦୁଷ୍କର୍ମ ଓ ବ୍ଲାକମେଲ୍ ମାମଲା: ହାଇକୋର୍ଟ ଗଲେ ସିଙ୍ଗର ସୌରିନ୍ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଏନେଇ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ଆଗୁଆ ଜାମିନ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଯୁବତୀଙ୍କୁ ଯୌନ ନିର୍ଯାତନା ଦେବେ ନେଇ ମହିଳା ଥାନାରେ ମାମଲା ହୋଇଛି । ତେବେ ଏହି ମାମଲା ରୁଜୁ ପରଠାରୁ ପୋଲିସ ସୌରିନଙ୍କୁ ଖୋଜୁଛି । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ କଟକ ଜଗତପୁରର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଦୀର୍ଘ ୮ ବର୍ଷ କାଳ କଟକ ଓ ମୁମ୍ବାଇରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଥିଲା। ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଦେଖାଇ ତାଙ୍କୁ ସେ ଯୌନ ଶୋଷଣ କରୁଥିଲେ। ପୀଡ଼ିତା ବିରୋଧ କଲେ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରୁଥିଲେ।

ଗଲା ଏପ୍ରିଲ ମାସରେ ସେ ଯୁବତୀ ଜଣଙ୍କୁ ମହନଦୀରେ ଠେଲି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏଭଳି ଅଭିଯୋଗ ନେଇ ପୀଡ଼ିତା ଜଣକ ମହିଳା ଥାନାରେ ଫେରାଦ ହୋଇଯାଇଛନ୍ତି। ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା। ଅନ୍ୟପଟେ ଗିରଫ ଭୟରେ ସୌରିନ୍ ଫେରାର ଥିଲେ।

Get real time updates directly on you device, subscribe now.