fbpx

ଗବେଷଣାରୁ ଖୁଲାସା: ଶରୀରରେ ଭିଟାମିନ୍‌-ଡି’ର ଉଚ୍ଚସ୍ତର କୋଲୋରେକ୍ଟାଲ୍‌ କ୍ୟାନ୍ସର ଆଶଙ୍କାକୁ ହ୍ରାସ କରେ

ଏକ ଅନ୍ତଃରାଷ୍ଟ୍ରୀୟ ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରରେ ଭିଟାମିନ୍‌-ଡି’ର ଉଚ୍ଚସ୍ତର କୋଲୋରେକ୍ଟାଲ୍‌ କ୍ୟାନ୍ସର ଆଶଙ୍କାକୁ ହ୍ରାସ କରିଥାଏ। ଏହାର ଗବେଷଣା ହାର୍ଭାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ଦ୍ୱାରା କରାଯାଇଥିଲା। ଯଦିଓ ଏହି ଭିଟାମିନ୍‌ ଆହାର ମାଧ୍ୟମରେ ସହଜରେ ପ୍ରାପ୍ତି ହୋଇ ନ ଥାଏ, ତେଣୁ ଚିକିତ୍ସକ ଭିଟାମିନ୍‌ର ସପ୍ଲିମେଣ୍ଟ୍‌ ସେବନ ପାଇଁ ପରାମର୍ଶ ଦେଇଥାନ୍ତି।

ବୃହଦନ୍ତ୍ର କ୍ୟାନ୍ସର(କୋଲୋନ୍‌) ଏବଂ ମଳାଶୟ କ୍ୟାନସର୍‌(ରେକ୍ଟାଲ୍‌) ଏକସଙ୍ଗେ ହେଉଥିବାରୁ ଏହାକୁ କୋଲୋରେକ୍ଟାଲ୍‌ କ୍ୟାନ୍ସର କୁହାଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ସିଡିସି ମତରେ, ଫୁସ୍‌ଫୁସ୍‌ କ୍ୟାନ୍ସର ପରେ ବିଶ୍ୱସ୍ତରରେ ଏହା ଦ୍ୱିତୀୟ ସବୁଠୁ ସାଧାରଣ କ୍ୟାନସର୍‌।

ଗବେଷଣାରେ ୫୭୦୦ ଜଣ କୋଲୋରେକ୍ଟାଲ୍‌ କ୍ୟାନ୍ସର ପୀଡ଼ିତଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କଠାରେ ଭିଟାମିନ୍‌ ଡି’ର ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହୋଇଥିଲା। ୫ ବର୍ଷର ପ୍ରୟାସ ପରେ ଏମାନଙ୍କ ଶରୀରରେ ଭିଟାମିନ୍‌ ଡି’ର ମାତ୍ରା ଉଚ୍ଚସ୍ତରକୁ ଅଣାଯାଇଥିଲା। ପରେ ଦେଖାଗଲା, ୩୧ ପ୍ରତିଶତ ମାମଲାରେ ଏହି ରୋଗର ପ୍ରଭାବ ହ୍ରାସ ପାଇଥିଲା। ଆକଳନରୁ ଜଣାପଡ଼ିଛି, ମହିଳାଙ୍କଠାରେ ଏହି ରୋଗର ଆଶଙ୍କା ୪.୨ ପ୍ରତିଶତ ଥିବାବେଳେ ପୁରୁଷଙ୍କଠାରେ ୪.୫ ପ୍ରତିଶତ ଥାଏ।

Get real time updates directly on you device, subscribe now.