ରାଜ୍ୟରେ ଆସନ୍ତା ୩ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ୍‍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ ତାରିଖରୁ ମାଟ୍ରିକ୍‍ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତବର୍ଷ ୮୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଛାତ୍ରଛାତ୍ରୀମାନେ www.bseodisha.ac.ରେ ପ୍ରବେଶପତ୍ର ଡାଉନ୍‍ଲୋଡ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୧ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ଏମାନଙ୍କ ସମେତ ୮୧୯୫ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ନିଜ ଭାଗ୍ୟକୁ ପୁଣି କଷିବେ। ପରୀକ୍ଷା ଫଳ ତତ୍କାଳ ଘୋଷଣା ପରେ ସେମାନଙ୍କୁ ଚଳିତ ବର୍ଷ ଯୁକ୍ତ ଆଡମିସନ ପ୍ରକ୍ରିୟାରେ ମଧ୍ୟ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ ତାରିଖରୁ ଫର୍ମ ଫିଲଅପ୍‌ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।