fbpx

ଆସନ୍ତା ୨୯ ତାରିଖ ଛୁଟି ଘୋଷଣା: ବନ୍ଦ ରହିବ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ ଓ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟାଙ୍କ, ବ୍ୟାଙ୍କିଂ ପ୍ରତିଷ୍ଠାନ, ରାଜସ୍ୱ ଓ ମାଜିଷ୍ଟ୍ରିଆଲ କୋର୍ଟ (ଏକଜିକ୍ୟୁଟିଭ୍) ବନ୍ଦ ରହିବ । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ ୩୦ ତାରିଖ ଦିନକୁ ‘ଇଦ-ଉଲ-ଜୁହା’ ପାଇଁ ଛୁଟି ଘୋଷଣା କରାଯାଇଥିଲା । ତେବେ ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ପରିବର୍ତ୍ତିତ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ମୁତାବକ, ‘ଇଦ-ଉଲ-ଜୁହା’ ଅବସରରେ ଆସନ୍ତା ୨୯ ତାରିଖ ଗୁରୁବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ଜୁନ ୩୦ ତାରିଖ ଶୁକ୍ରବାରକୁ ଛୁଟି ଘୋଷଣା କରାଯାଇଥିଲା । ମାତ୍ର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯିବା ସହିତ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ଅବସରରେ ୨୯ ତାରିଖ ଦିନ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ କାର୍ଯ୍ୟାଳୟ, ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ୟାଙ୍କ, ବ୍ୟାଙ୍କିଂ ପ୍ରତିଷ୍ଠାନ, ରାଜସ୍ୱ ଓ ମାଜିଷ୍ଟିଆଲ କୋର୍ଟ ବନ୍ଦ ରହିବ ।

ଇଦ-ଉଲ-ଜୁହା ହେଉଛି ମୁସଲମାନଙ୍କର ଏକ ପବିତ୍ର ପର୍ବ । ଏହି ପର୍ବ ଅବସରରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ସମାଜରେ ଶାନ୍ତି, ମୈତ୍ରୀ, ଏକତା ଆଣିବା ନେଇ ବାର୍ତ୍ତା ଦେଇଥାନ୍ତି । ଇଦ-ଉଲ-ଜୁହାକୁ ତ୍ୟାଗ ଓ ବଳିଦାନର ପର୍ବ ବୋଲି କୁହାଯାଇଥାଏ । ଏହି ପବିତ୍ର ଦିବସକୁ ଦେଶ, ରାଜ୍ୟର ବିଭିନ୍ନ ସହରମାନଙ୍କରେ ବଡ଼ ଧୂମଧାମରେ ପାଳିତ କରାଯାଇଥାଏ ।

Get real time updates directly on you device, subscribe now.