fbpx

ମଧ୍ୟପ୍ରଦେଶର ଲୋକମାନେ କାହାକୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ? ସାମ୍ନାକୁ ଆସିଲା ମୋଦୀ-ରାହୁଲଙ୍କ ବ୍ୟତୀତ ତୃତୀୟ ନାମ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ସମସ୍ତ ଦଳ ମଧ୍ୟ ପ୍ରତ୍ୟେକ ରାଜ୍ୟର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି । ଲୋକସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ରହିଛି ଏବଂ ଏହି ସମୟରେ ଲୋକମାନେ ନେତାମାନଙ୍କର ଚାଲିଚଳନ-ବ୍ୟବହାରକୁ ଦେଖି ନିଷ୍ପତ୍ତି ନେଉଛନ୍ତି ।

ମଧ୍ୟପ୍ରଦେଶରେ ମଧ୍ୟ ସମାନ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି, କାରଣ ଏଠାରେ ଲୋକସଭାରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଚୟନ ହେବ । ମଧ୍ୟପ୍ରଦେଶର ଲୋକଙ୍କ ମନରେ କ’ଣ ଚାଲିଛି ତାହାକୁ ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଲୋକଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ରହିଥିଲା ଯେ, ୨୦୨୪ ମସିହାରେ ଲୋକମାନେ କାହାକୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ? ଆସନ୍ତୁ ଜାଣିବା ଏହାର ଉତ୍ତର

ମଧ୍ୟପ୍ରଦେଶର ଲୋକଙ୍କୁ ପଚରାଯାଇଥିଲା ଯେ ସେମାନେ ଆସନ୍ତା ବର୍ଷ ପ୍ରଧାନମନ୍ତ୍ରୀଙ୍କ ଚେୟାରରେ କାହାକୁ ଦେଖିବାକୁ ଚାହୁଁଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ଅଧିକାଂଶ ଲୋକ (ଅର୍ଥାତ୍ ପ୍ରାୟ ୫୭ ପ୍ରତିଶତ ଲୋକ) ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି କହିଥିଲେ । ଏଥି ସହିତ ରାହୁଲ ଗାନ୍ଧୀଙ୍କ ନାମ ଦ୍ୱିତୀୟ ନମ୍ବରରେ ଆସିଥିଲା, ଯାହା ଉପରେ ପ୍ରାୟ ୧୮ ପ୍ରତିଶତ ଲୋକ ସମର୍ଥନ କରିଥିଲେ । ଏହା ବ୍ୟତୀତ ୮ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ସେମାନଙ୍କ ପସନ୍ଦ ବୋଲି କହିଥିଲେ ଏବଂ ପ୍ରାୟତଃ ୩ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେୟାରରେ ବସାଇବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ, ପ୍ରାୟ ୧୪ ପ୍ରତିଶତ ଲୋକ ସେମାନଙ୍କ ମତ ରଖି ଏହି ଚାରିଜଣଙ୍କୁ ପ୍ରଧାନମନ୍ତ୍ରୀ ରୂପେ ବାଛିନଥିଲେ ଏବଂ ଅନ୍ୟମାନଙ୍କୁ ବାଛିଥିଲେ ।

ସର୍ବେକ୍ଷଣର ଆଶ୍ଚର୍ଯ୍ୟଜନକ ଆକଳନଗୁଡ଼ିକ :-
ମଧ୍ୟପ୍ରଦେଶର ପ୍ରିୟ ପିଏମ ଚେହେରା
ନରେନ୍ଦ୍ର ମୋଦୀ- ୫୭%
ରାହୁଲ ଗାନ୍ଧୀ -୧୮%
ଯୋଗୀ – ୮%
କେଜ୍ରିୱାଲ – ୩%
ଅନ୍ୟମାନେ- ୧୪%

Get real time updates directly on you device, subscribe now.