fbpx

ଆସନ୍ତା ଶନିବାରଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଅମରନାଥ ଯାତ୍ରା; ମୂଳ ଶିବିରରେ ପହଞ୍ଚିଲେ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଶନିବାରଠାରୁ ଅମରନାଥ ଯାତ୍ରା ଆରମ୍ଭ ହେବ । ଏହା ୬୨ ଦିନ ବ୍ୟାପୀ ଚାଲିବ । ତୀର୍ଥଯାତ୍ରୀମାନଙ୍କୁ ସ୍ୱାଗତ କରି ଶ୍ରୀଅମରନାଥ ପୀଠ ବୋର୍ଡ CEO ଏମ୍‍.କେ. ଭଣ୍ଡାରୀ କହିଛନ୍ତି ଜାମ୍ମୁ କାଶ୍ମୀର ପ୍ରଶାସନ ସହ ମିଶି ବୋର୍ଡ ଯାତ୍ରୀମାନଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ଅମରନାଥ ଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ।ପ୍ରଥମ ବ୍ୟାଚ୍‍ର ତୀର୍ଥଯାତ୍ରୀ ଦଳ ଅମରନାଥ ଯାତ୍ରୀ ନିବାସ ମୂଳ ଶିବିର ଠାରେ ପହଞ୍ଚି ସାରିଛନ୍ତି । ଆଜି ବହୁସଂଖ୍ୟାରେ ତୀର୍ଥଯାତ୍ରୀମାନେ ଯାତ୍ରୀନିବାସ ମୂଳ କ୍ୟାମ୍ପଠାରେ ପହଞ୍ଚିଛନ୍ତି ।

ଯାତ୍ରୀମାନଙ୍କ ରହିବା ବ୍ୟବସ୍ଥାରେ ଉନ୍ନତି ଅଣାଯାଇଥିବା ବେଳେ ଅନେକ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରାଯାଇଛି । ଲଙ୍ଗର ଗୁଡ଼ିକର ବ୍ୟବସ୍ଥା କରାଯିବା ସହ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି । ଯାତ୍ରା ପଥର ବିକାଶ କରାଯାଇଥିବା ବେଳେ ବିପଦପୂର୍ଣ୍ଣ ଜାଗା ଗୁଡ଼ିକରେ ସୁରକ୍ଷା ରେଲିଙ୍ଗ୍‍ ଲଗାଯାଇଛି । ଯାତ୍ରା ସମୟରେ ଡ୍ରୋନ୍‍ ଗୁଡ଼ିକୁ ମୁତୟନ କରାଯିବ । ସମଗ୍ର ଯାତ୍ରାପଥରେ ସି.ସି. ଟିଭି କ୍ୟାମେରା ଖଞ୍ଜାଯାଇଛି ।

Get real time updates directly on you device, subscribe now.