fbpx

ସମସ୍ତଙ୍କ ଲାଗିି ଅନିବାର୍ଯ୍ୟ ନୁହେଁ ପାନ୍ ଆଧାର ଲିଙ୍କ, କେଉଁମାନେ ଏଥିରୁ ଛାଡ ପାଇବେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:ପାନ୍- ଆଧାର ଲିଙ୍କ ଲାଗି ଆୟକର ବିଭାଗ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ସମୟ ସୀମା ଦେଇଥିଲା ଯାହା ଆଜି ସରିଯିବାକୁ ଯାଉଛି । ଯଦି କୌଣସି ବ୍ୟକ୍ତି ୩୦ ଜୁନ୍ ୨୦୨୩ ସୁଦ୍ଧା ଆଧାର ପାନ୍ ଲିଙ୍କ କରି ନାହାନ୍ତି ତେବେ କାଲି ଠାରୁ ସେମାନଙ୍କ ପାନ୍ କାର୍ଡ ଅକାମୀ ହୋଇଯିବ । କିନ୍ତୁ ଦେଶରେ ଏପରି ବହୁ ଲୋକ ରହିଛନ୍ତି ଯେଉଁମାନଙ୍କୁ ଏହି ଅନିବାର୍ଯ୍ୟତାରୁ ରିହାତି ମିଳିଛି । ଏମାନଙ୍କ ଆଧାର ପାନ୍ ସହ ଲିଙ୍କ ନ ହେଲେ ବି ଅକାମୀ ହେବ ନାହିଁ କି ଏମାନେ ଆଧାର ପାନ୍ ଲିଙ୍କ ନ କଲେ ଏମାନଙ୍କୁ ପେନାଲଟି ଦେବାକୁ ହେବ ନାହିଁ ।

ଆୟକର ଅଧିନିୟମ ୧୯୬୧ ଧାରା ୧୩୯ ଏଏ ଅନୁଯାୟୀ ୧ ଜୁଲାଇ ୨୦୧୭ରୁ ଯେଉଁମାନଙ୍କୁ ପାନ୍ ଆବଣ୍ଟନ କରାଯାଇଛି ଓ ଯେଉଁମାନେ ଆଧାର ନମ୍ବର ପାଇବାକୁ ଯୋଗ୍ୟ ସେମାନେ ୩୦ ଜୁନ୍ ସମୟ ସୀମା ମଧ୍ୟରେ ଆଧାରକୁ ପାନ୍ ସହ ଲିଙ୍କ କରିବା ଜରୁରୀ । ଅନ୍ୟଥା ସେମାନଙ୍କୁ ପେନାଲଟି ଦେବାକୁ ହେବ । ଅର୍ଥାତ୍ ସେମାନେ ନିଜ ପାନ୍ କାର୍ଡ ପୁନଃ ଆକ୍ଟିଭ୍ କରିବାକୁ ଚାହୁଁଥିଲେ ୧୦୦୦ଟଙ୍କାର ଫି’ ଭରିବାକୁ ପଡିବ ।

କେଉଁମାନେ ଏଥିରୁ ଛାଡ ପାଇବେ ଆସନ୍ତୁ ଜାଣିନେବା:
୧-ଆସାମ, ଜାମ୍ମୁ କାଶ୍ମୀର ଓ ମେଘାଳୟ ରାଜ୍ୟର ଅଧିବାସୀ
୨-ଆୟକର ଅଧିନିୟମ ୧୯୬୧ ଅନୁସାରେ ପ୍ରବାସୀ ଭାରତୀୟ ବା ଏନଆରଆଇ
୩- କୌଣସି ବ୍ୟକ୍ତିଙ୍କ ବୟସ ଗତ ବର୍ଷ ଯେ କୌଣସି ସମୟ ସୁଦ୍ଧା ୮୦ କିମ୍ବା ଏହାଠୁ ଅଧିକ ହୋଇଥିବ
୪-ଯେଉଁମାନେ ଭାରତର ନାଗରିକ ନୁହଁନ୍ତି ।

Get real time updates directly on you device, subscribe now.