fbpx

ନୂଆ ନେତାଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବିଧାନସଭା ଓ ଲୋକସଭା ନିର୍ବାଚନ । ଏନେଇ ରାଜ୍ୟରେ ଶାସନାଧୀନ ଥିବା ବିଜେଡି ତା’ର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛି । ନିକଟରେ ଦଳ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ନୂଆ ନେତାଙ୍କୁ ନିଯୁକ୍ତି ଦେଇଥିଲା । ଏହା ମଧ୍ୟରେ ଦଳ ଦୁଇଜଣ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛି ।

ସୂଚନା ମୁତାବକ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଜଣ ସଦସ୍ୟଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ରାଜ୍ୟ କୋ-ଅପରେଟିଭ୍ ୟୁନିୟନ ଓ ଓବିସି ଫାଇନାନ୍ସ ଡେଭଲପମେଣ୍ଟ କୋ-ଅପରେଟିଭ୍ କର୍ପୋରେସନର ୟୁନିୟନ ଇଲେକ୍ସନ ପାଇଁ ଦୁଇଜଣଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେମାନେ ହେଉଛନ୍ତି ପ୍ରଶାନ୍ତ କୁମାର ମୁଦୁଲି ଓ ବିଜୟ କୁମାର ନାୟକ । ଏନେଇ ଦଳ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।

ଗତମାସରେ ବିଜେଡିର ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ କମିଟିକୁ ପୁନର୍ଗଠନ କରାଯାଇଥିଲା । ସୁଶାନ୍ତ କୁମାର ରାଉତଙ୍କୁ ଦଳ ପକ୍ଷରୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା । ଏଥିସହିତ ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣ ଉପଦେଷ୍ଟା, ୭ ଜଣ ଉପସଭାପତି, ୬ ଜଣ ସାଧାରଣ ସମ୍ପାଦକ ଓ ୨୪ ଜଣ ସମ୍ପାଦକ ନିଯୁକ୍ତି ପାଇଥିଲେ । ମଧ୍ୟ ବିଧାନସଭା କ୍ଷେତ୍ର ପାଇଁ ୯ ଜଣ ଉପଦେଷ୍ଟା, ୧୦ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ୨୩ ଜଣ ସମ୍ପାଦକ ନିଯୁକ୍ତ ହୋଇଥିଲେ । ସେହିପରି ଉତ୍ତର ବିଧାନସଭା କ୍ଷେତ୍ର ପାଇଁ ୧୦ ଜଣ ଉପଦେଷ୍ଟା, ୧୦ ଜଣ ଉପସଭାପତି, ୯ ଜଣ ସାଧାରଣ ସମ୍ପାଦକ, ୨୫ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଥିଲା ।

Get real time updates directly on you device, subscribe now.