fbpx

ପ୍ରଥମ ଥର ପାଇଁ ଭାରତ ବାହାରେ ତାଞ୍ଜାନିଆରେ ହେବ ଆଇଆଇଟି କ୍ୟାମ୍ପସ୍‌, ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା

ନୂଆଦିଲ୍ଲୀ: ଏଜେନ୍ସି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଚଳିତ ବର୍ଷ ଶେଷ ସୁଦ୍ଧା ତାଞ୍ଜାନିଆକୁ ଏକ ବଡ ଉପହାର ଦେବାକୁ ଯାଉଛି। ଆଇଆଇଟି ତାଞ୍ଜାନିଆରେ ଏହାର ପ୍ରଥମ ବିଦେଶ କ୍ୟାମ୍ପସ୍ ଖୋଲିବାକୁ ଯାଉଛି। ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ରେ ଶିକ୍ଷାର ଅନ୍ତର୍ଜାତୀୟକରଣକୁ ଗୁରୁତ୍ୱ ଦିଆଯିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟର ବିଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଲାଗି ସୁପାରିସ କରାଯାଇଥିଲା। ଏନେଇ ଆଇଆଇଟି ଭାରତ ବାହାରେ ଏହାର ପ୍ରଥମ କ୍ୟାମ୍ପସ୍‌ ତାଞ୍ଜାନିଆର ଜାଞ୍ଜିବରରେ ସ୍ଥାପନ କରାଯିବ। ଚଳିତ ବର୍ଷ ଅକ୍ଟୋବର ମାସରୁ କ୍ୟାମ୍ପସ ପାଇଁ ପ୍ରୋଗ୍ରାମ ଶୁଭାରମ୍ଭ ହେବ।

ବୁଧବାର ଜାଞ୍ଜିବରରେ ଭାରତର ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବରର ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ସମୟରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଜାଞ୍ଜିବର ରାଷ୍ଟ୍ରପତି ହୁସେନ ଅଲି ମୁଇନି ଉପସ୍ଥିତ ରହିଥିଲେ।

ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଏହି କ୍ୟାମ୍ପସରେ ଭାରତ ଏବଂ ତାଞ୍ଜାନିଆ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତାକୁ ଦର୍ଶାଇଛି ଏବଂ ଭାରତ ଦ୍ଵାରା ପୂର୍ବ ଆଫ୍ରିକା ଏବଂ ଗ୍ଲୋବାଲ ସାଉଥରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ମନେ ପକାଉଛି ।

Get real time updates directly on you device, subscribe now.