fbpx

ସାମ୍ବାଦିକମାନଙ୍କ ପାଇଁ ଆଜି ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା’ର ୱେବ୍‍ସାଇଟ୍‍କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକ ୱେବ୍‍ସାଇଟ୍‍ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା’ର ୱେବ୍‍ସାଇଟ୍‍ owjws.odisha.gov.inକୁ ଆଜି ଭର୍ଚୁଆଲ୍‍ ମାଧ୍ୟମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ସାମ୍ବାଦିକମାନେ ଏହି ୱେବ୍‍ସାଇଟରେ ନିଜର ନାମ ଅନ୍‍ଲାଇନରେ ଘରେ ବସି ପଞ୍ଜୀକରଣ କରିପାରିବେ । ସେମାନଙ୍କୁ ଆଉ ବିଭିନ୍ନ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପୋର୍ଟାଲ ଲୋକାର୍ପଣ କରି ମୁଁବହୁତ ଖୁସି । 5-T ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏଥିରେ ରାଜ୍ୟର ସାମ୍ୱାଦିକମାନେ ଉପକୃତ ହେବେ । ସାମ୍ୱାଦିକଙ୍କ କଲ୍ୟାଣ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା କରାଯାଇଛି । ସାମ୍ୱାଦିକଙ୍କ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ସଚେତନ ସମାଜ ଗଠନ ପାଇଁ ସାମ୍ୱାଦିକମାନେ କାମ ଜାରି ରଖନ୍ତୁ । ଆପଣମାନଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ବିଭାଗୀୟ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରଣ କରାଯିବ । ୱେବସାଇଟ୍ ଉନ୍ମୋଚନ କାର୍ଯ୍ୟକ୍ରମ ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.