fbpx

ବିସ୍ଫୋରଣ ହେଲା ଆଗ୍ନେୟଗିରି! ୨୪ ଘଣ୍ଟାରେ ୨,୨୦୦ ଥର ଭୂକମ୍ପର ଝଟକା

ନୂଆଦିଲ୍ଲୀ: ଅନେକ ସ୍ଥାନରେ ଭୂମିକମ୍ପ ଭୟଙ୍କର ରୂପ ନେଇ ବିପୁଳ କ୍ଷୟକ୍ଷତି ଘଟିଥିବାର ଅନେକ ଉଦାହରଣ ରହିଛି ଞ୍ଜଞ୍ଜା କିନ୍ତୁ ଏହା ମାତ୍ର କେଇଟା ସେକେଣ୍ଡ ବା ମିଲିସେକେଣ୍ଡ ପାଇଁ ଅନୁଭବ ହୋଇଥିବା ଦେଖାଯାଇଛି । ତେବେ ଗୋଟିଏ ଜାଗାରେ ମାତ୍ର ୨୪ ଘଣ୍ଟା ଭିତରେ ୨,୨୦୦ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି । ଏହାବ୍ୟତୀତ ଗତ ୩ ଦିନ ଭିତରେ ପ୍ରାୟ ୪,୭୦୦ ଥର ବା ତା’ଠାରୁ ଅଧିକ ଥର ଭୂକମ୍ପ ହୋଇଥିବା ରେକର୍ଡ ହୋଇଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଅନୁଭୂତ ହୋଇଥିବା ବେଳେ ଏହାର କାରଣ ଆଗ୍ନେୟଗିରି ବିସ୍ଫୋରଣ ହୋଇଥିବା ନେଇ ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଉତ୍ତର-ୟରୋପୀୟ ଦେଶ ଆଇସଲାଣ୍ଡରେ ଗତ ମାତ୍ର ୨୪ ମଧ୍ୟରେ ୨,୨୦୦ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆଇସଲାଣ୍ଡର ରାଜଧାନୀ ରେଜ୍ଜାଭକୀ ଏବଂ ଆଖପାଖ ଅଞ୍ଚଳରେ ଏହି ଭୂକମ୍ପ ରେକର୍ଡ କରାଯାଇଛି । ତେବେ ଗୋଟିଏ ଦିନ(୨୪) ଘଣ୍ଟା ଭିତରେ ଏହା ପ୍ରାୟ ୨୨୦୦ ଥର ହୋଇଥିବା ବେଳେ ଗତ ୩ ଦିନ ଭିତରେ ଏଠାରେ ପ୍ରୟେ ୪,୭୦୦ ଥର ଭୂକମ୍ପର ଝଟକା ଅନୁଭୂତ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ପ୍ରାୟ ୩.୫ ରେକର୍ଡ କରାଯାଇଛି । ଏପରି ଭୟଙ୍କର ଭୂକମ୍ପକୁ ନେଇ ଲୋକଙ୍କ ମନରେ ବଡ ଧରଣର ଭୟ ବସା ବାନ୍ଧିଛି ।

ତେବେ ଏ ନେଇ ଆଇଏମଓ କହିଛନ୍ତି ଯେ, ମାଉଣ୍ଟ ଫାଗ୍ରାଡାଲସ୍ଫଜଲ ତଳେ ଅପରାହ୍ନ ୪ଟା ସମୟରେ ଭୂକମ୍ପ ହୋଇଥିଲା । ଏହି ପର୍ବତଟି ଏକ ଆଗ୍ନେୟଗିରି ଉପରେ ଅବସ୍ଥିତ ହୋଇଥିବା ବେଳେ ଗତ ୨ ବର୍ଷରେ ଏଠାରେ ଦୁଇଥର ବିସ୍ଫୋରଣ ହୋଇଥିବା ଦେଖାଯାଇଛି । ତେବେ ଆଇସଲାଣ୍ଡରେ ମୋଟ ୨୨୦୦ ଥର ଭୂକମ୍ପ ହୋଇଥିବା ଏବଂ ଏଠାକାର ଦକ୍ଷିଣ-ପଶ୍ଚିମ ଭାଗରେ ସବୁଠାରୁ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ଆଗକୁ ଆହୁରି ଭୂକମ୍ପ ଗତିବିଧି ହେବା ନେଇ ମଧ୍ୟ ସମ୍ଭାବନା ରହିଛି । ତେବେ ଭୂକମ୍ପର ସଂଖ୍ୟା ଏବଂ ତୀବ୍ରତାରେ ହ୍ରାସ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.