ବିସିସିଆଇ ନେଲା ବଡ଼ ନିଷ୍ପତି, ଏସିଆନ୍ ଗେମ୍ସରେ ଭାଗ ନେବେ ପୁରୁଷ-ମହିଳା କ୍ରିକେଟ୍ ଟିମ୍

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟମ୍ବର ମାସରେ ଚୀନ୍‌ରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ପୁରୁଷ-ମହିଳା ଟିମ୍ ପଠାଇବାକୁ ଘୋଷାଣା କରିଛି । ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ତେବେ ଆଇସିସି ବିଶ୍ୱକପ୍ ସହିତ ସମାନ ସମୟରେ ଏସିଆନ୍ ଗେମ୍ସ ଆୟୋଜିତ ହେଉଛି । ଏହାକ ଦୃଷ୍ଟିରେ ରଖି ବିସିସିଆଇ ବିଶ୍ୱକପ୍‌ରେ ଭାଗ ନେବାକୁ ଥିବା ଟିମ୍ ବ୍ୟତିତ ଏସିଆନ୍ ଗେମ୍ସ ଖେଳିବାକୁ ଟିମ୍ ଚୟନ କରିବ । ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଭାରତୀୟ କ୍ରିକେଟ୍ ଟିମ୍ ଭାଗ ନେବ ।

ଏସିଆନ ଗେମ୍ସ ଚଳିତ ବର୍ଷ ୨୩ ସେପ୍େଟମ୍ବରରୁ ୮ ଅକ୍ଟୋବର ମଧ୍ୟରେ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ କ୍ରିକେଟ୍ ଇଭେଣ୍ଟ ପାଇଁ ଭାରତ ଦଳ ପଠାଇବ । ଏଥି ସହିତ ଅକ୍ଟୋବର ୫ ରୁ ଭାରତରେ ମଧ୍ୟ ଦିନିକିଆ ବିଶ୍ୱକପ ଆରମ୍ଭ ହେଉଛି, ତେଣୁ ଅନ୍ୟ ଖେଳାଳିମାନେ ଏହି ଦଳରେ ଖେଳିବାକୁ ଯାଇପାରିବେ । ଦୁଇଥର ଏସୀୟ ଗେମ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ ଶେଷ ଥର ପାଇଁ ଏହା ୨୦୧୮ ରେ ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା । ହାଙ୍ଗଜୋରେ ଟି -୨୦ ଫର୍ମାଟରେ କ୍ରିକେଟ୍ ଖେଳାଯିବ ।

ମିଡିଆ ରିପୋର୍ଟ ମୁତାବକ ଶିଖର ଧାୱନ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳର ନେତୃତ୍ୱ ନେବେ । ସେହିଭଳି ଏନ୍‌ସିଏ ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣଙ୍କୁ କୋଚ୍ ଦାୟିତ୍ୱ ମିଳିପାରେ । ବିସିସିଆଇ ପୁରୁଷ ଏବଂ ମହିଳା ଟିମ୍ ପଠାଇବାକୁ ଘୋଷଣା କରିଥିଲେ ମଧ୍ୟ ବିଶ୍ୱକପ୍ କାର୍ଯ୍ୟସୂଚୀ ସହିତ ଏସିଆନ୍ ଗେମ୍ସ କାର୍ଯ୍ୟସୂଚୀ ମେଳ ଖାଉଥିବାରୁ, ଟିମ୍ ଚୟନ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ଆଶା କରାଯାଉଛି ଯେ, ବିସିସିଆଇ ପୁରୁଷ ବି ଟିମ୍ ଏଠାକୁ ପଠାଇପାରେ ଏବଂ ସିନିୟର ମିହଳା ଟିମ୍ ପଠାଇପାରେ । ଯଦି ରୁତୁରାଜ ଗାଏକ୍ୱାଡ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ପରି ଖେଳାଳି ବିଶ୍ୱକପ୍ ପାଇଁ ଚୟନ ନହୁଅନ୍ତି, ତେବେ ସେମାନଙ୍କୁ ମଧୟ ଏସିଆନ୍ ଗେମ୍ସ ପାଇଁ ପଠାଯାଇପାରେ ।