fbpx

ଲୋକମାନଙ୍କୁ ସହାୟତାର ଆବଶ୍ୟକତା ରହିଛି: ରାହୁଲ

ନୂଆଦିଲ୍ଲୀ, ୮ା୫: କରୋନା ମୁକାବିଲା ନେଇ ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେଶରେ ତାଲାବନ୍ଦକୁ ୪୫ଦିନ ପୂରଣ ହୋଇଛି ବୋଲି ରାହୁଲ କହିଛନ୍ତି । ତେଣୁ ଏବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସହ ଆଲୋଚନା କରିବା ଜରୁରୀ । କଂଗ୍ରେସ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ରହିଛି । ଏହି ଜଟିଳ ସମୟରେ ଲୋକମାନଙ୍କୁ ସହାୟତାର ଆବଶ୍ୟକତା ରହିଛି । ଗରିବଙ୍କୁ ସିଧାସଳଖ ସହାୟତା ଦେବା ଆରମ୍ଭ ହେବା ଜରୁରୀ ବୋଲୀ ସେ କହିଛନ୍ତି । ଆମକୁ ଏହି ସମୟକୁ ଅତିକ୍ରମ କରିବାକୁ ପଡ଼ିବ । ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେଉ । ଏମଏସଏସଇ ଓ ଉଦ୍ୟୋଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ରାହୁଲ ସେହି ସମ୍ମିଳନୀରେ କହିଛନ୍ତି ।

Get real time updates directly on you device, subscribe now.