fbpx

ଅଜବ ଘଟଣା! ନର୍ସଙ୍କ ସହ ରାସଲୀଳା ବେଳେ ଆଖିବୁଜିଲେ ରୋଗୀ, ମେଡିକାଲ ପକ୍ଷରୁ ନିଆଗଲା ଏପରି ଆକ୍ସନ

ଗୁରୁତର ରୋଗୀଙ୍କ ସହ ରାସ ଲୀଳା ରଚିଲେ ନର୍ସ । ଆଉ ଶେଷରେ ଶାରୀରିକ ସମ୍ପର୍କ ରଖିବା ବେଳେ ଆଖି ବୁଜିଦେଲେ ରୋଗୀ । ଘଟଣା ସମୟରେ ରୋଗୀଙ୍କ ନିକଟରେ ଉପସ୍ଥିତ ଥିବା ନର୍ସ ତାଙ୍କୁ ବଞ୍ଚାଇବାକୁ କୌଣସି ଚେଷ୍ଟା ନ କରିବାରୁ ତାଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି । ଏଥିସହ ନିଜ ପେସାକୁ ଅପମାନିତ କରିଥିବାରୁ ଭବିଷ୍ୟତରେ ସେ ଆଉ ନର୍ସ ଚାକିରି କରିପାରିବେନି ବୋଲି ଜାରି ହୋଇଛି ନିର୍ଦ୍ଦେଶନାମା । ଏପରି ଏକ ଘଟଣା ଲଣ୍ଡନରେ ଘଟିଛି ।

ଲଣ୍ଡନର ଏକ ହସ୍ପିଟାଲରେ ପେନେଲୋପ ୱିଲିୟମ୍ସ ନାମ୍ନୀ ୪୨ ବର୍ଷୀୟା ନର୍ସ କାର୍ଯ୍ୟରତ ଥିଲେ । ଇତି ମଧ୍ୟରେ ସେଠାକୁ ଡାଏଲିସିସ ନିମନ୍ତେ ଆସୁଥିବା ଜଣେ କିଡନୀ ରୋଗୀଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିବାରେ ଲାଗିଲା । ଏହାପରେ ଉଭୟ ପରସ୍ପରଙ୍କୁ ଫୋନ୍ ଓ ମେସେଜ ଦେଉଥିବା ବେଳେ ମେଡିକାଲ ବାହାରେ ବି ସାକ୍ଷାତ କରୁଥିଲେ । ଘଟଣା ଦିନ ମେଡିକାଲ ପାର୍କିଂ ଏରିଆରେ ଏକ କାର୍ର ପଛ ସିଟ୍ରେ ଉକ୍ତ ରୋଗୀଙ୍କ ସହ ନର୍ସଜଣକ ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ଉକ୍ତ ସମୟରେ ହିଁ ରୋଗୀଜଣକ ଗୁରୁତର ହୋଇ ପଡ଼ିଲେ । ମାତ୍ର ଧରା ପଡ଼ିଯିବା ଭୟରେ ନର୍ସଜଣକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରି ନ ଥିଲେ ।

ମାତ୍ର କାର୍ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯିବାରୁ ଏନେଇ ସେ ନିଜର ଜଣେ ସହକର୍ମୀଙ୍କୁ ଫୋନ୍ କରି କହିଥିଲେ । ଏହାପରେ ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ପୁଲିସ୍ ୱିଲୟମ୍ସଙ୍କୁ ପଚରାଉଚରା କରିବାରୁ ପ୍ରଥମେ ସେ ଏଥିରେ ନିଜ ସମ୍ପୃକ୍ତିକୁ ମନା କରି ଦେଇଥିଲେ । କାର୍ରେ ଥିବା ରୋଗୀଜଣକ ଅସହଜ ଅନୁଭବ କରୁଥିବାରୁ ଫୋନ୍ କରି ତାଙ୍କୁ ଡାକିଥିଲେ । ତେଣୁ ସେ ସେଠାକୁ ଯାଇଥିଲେ ବୋଲି ସେ ପୁଲିସକୁ କହିଥିଲେ । ଏଥିସହ ସେମାନେ କାରର ପଛ ସିଟରେ ବସି କିଛି ସମୟ ଗପସପ କରୁଥିବା ପୁଲିସକୁ କହିଥିଲେ । ମାତ୍ର ରୋଗୀଙ୍କ ମୃତଦେହ ଅସଂଯତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ନେଇ ପୁଲିସ୍ପ ଚରାଉଚରା କରିବାରୁ ୱିଲୟମ୍ସ ସବୁ ଘଟଣା ମାନି ଯାଇଥିଲେ । ଏହି ଘଟଣାରେ ପୁଲିସ ନେଲୋପ ୱିଲିୟମ୍ସଙ୍କୁ ବାନ୍ଧିଥିବା ବେଳେ ସେ ଭବିଷ୍ୟତରେ ଆଉ ନର୍ସ ଭାବେ କାମ କରି ପାରିବେନି ବୋଲି ତାଙ୍କ ଉପରେ ବ୍ୟାନ୍ ଲଗାଯାଇଛି ।

Get real time updates directly on you device, subscribe now.