ସ୍ତ୍ରୀ କେବଳ ସ୍ୱାମୀଙ୍କ ସାହାଯ୍ୟକାରୀ ନୁହେଁ, ତାଙ୍କର ନିଜ ସ୍ୱପ୍ନ ପୂରଣ କରିବାର ସମାନ ଅଧିକାର ଅଛି: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଦାଲତ କହିବା ଅନୁଯାୟୀ, ଜଣେ ସ୍ତ୍ରୀ କେବଳ ନିଜ ସ୍ୱାମୀର ସାହାଯ୍ୟକାରୀ ନୁହେଁ । ସେ ନିଜ ସ୍ୱପ୍ନ ପୂରଣ କରିବା, ଆର୍ଥିକ କ୍ଷେତ୍ରରେ ସ୍ୱତନ୍ତ୍ର ହେବା ବା ସାମାଜିକ କାର୍ଯ୍ୟ କରିବାର ସମାନ ଅଧିକାର ଅଛି । ଜଷ୍ଟିସ ନଜମୀ ୱଜୀରୀ ଏକ ଘର ମାଲିକଙ୍କ ପ୍ରସଙ୍ଗକୁ ନେଇ ଏହି ଟିପ୍ପଣୀ ଦେଇଛନ୍ତି । ଯେଉଁଥିରେ ନିମ୍ନ ନ୍ୟାୟାଳୟ ତରଫରୁ ତାଙ୍କ ଭଡ଼ାକୁ ଦଖଲ ପ୍ରସଙ୍ଗକୁ ଖାରଜ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ।
ନ୍ୟାୟାଳୟ କହିଛନ୍ତି ଯେ, ଏହାକୁ ସ୍ୱୀକାର କରାଯିବ ନାହିଁ ଯେ, ସ୍ତ୍ରୀ ନିଜ ସ୍ୱାମୀ ଅଧୀନରେ ରହିବ ଏବଂ ନିଜ ଆର୍ଥିକ ସମ୍ବନ୍ଧୀୟ ବିବରଣୀକୁ ନିଜ ସ୍ୱାମୀ ସହ ଅଲୋଚନା କରିବାକୁ ବାଧ୍ୟ ଅଟେ । କୋର୍ଟ ୭ ଜୁଲାଇକୁ ନିଜ ଆଦେଶରେ କହିଛନ୍ତି ଯେ, ଜଣେ ସ୍ତ୍ରୀ କେବଳ ନିଜ ସ୍ୱାମୀର ସହାୟକ ନୁହଁନ୍ତି । ତାଙ୍କ ନିଜ ପରିଚୟ ତାଙ୍କ ସ୍ୱାମୀଙ୍କ ପରିଚୟ ସହିତ ସମାନ କରାଯିବ ନାହିଁ । ଆଇନ ଦୃଷ୍ଟିରେ ସେ ନିଜ ବ୍ୟକ୍ତିଗତ ପରିଚୟ ଅକ୍ଷୁର୍ଣ୍ଣ ରଖିପାରିବେ ।
ଆବେଦନକାରୀ ଘର ମାଲିକ ସଦର ବଜାରରେ ଦୋକାନର ଭଡାଟିଆଙ୍କୁ ଏହି ଆଧାରରେ ବହିଷ୍କୃତ କରିବାର ଦାବି କରିଥିଲେ ଯେ, ତାଙ୍କ ୨ ବିବାହିତ ଝିଅ ବେକାରୀ ଅଛନ୍ତି । ସେମାନେ ବ୍ୟବସାୟ ପାଇଁ ସଂପତ୍ତିର ଉପଯୋଗ କରିବାକୁ ଚାହୁଁଛନ୍ତି । ନିମ୍ନ ଅଦାଲତ ବହିଷ୍କୃତ ଆବେଦନକୁ ଖାରଜ କରିଛନ୍ତି । ଏଥିରେ ଏହା ମଧ୍ୟ ଅନ୍ତର୍ଭୁକ୍ତ ଅଛି ଯେ, ଘର ମାଲିକଙ୍କ ସ୍ତ୍ରୀ ଏକ ହୋଟେଲ ଚଳାଉଛନ୍ତି ଏବଂ ସେ ଏହି ବ୍ୟବସାୟ ବିଷୟରେ ଖୁଲାସା କରିନଥିଲେ । ନିମ୍ନ ଅଦାଲତ ସୂଚନା ପାଇଥିଲେ ଯେ, ଆବେଦନକାରୀଙ୍କ ଝିଅମାନେ ଆର୍ଥିକ କ୍ଷେତ୍ରରେ ମଜବୁତ ଅଛନ୍ତି ।