fbpx

‘ତୃତୀୟ ଥର ଦାୟିତ୍ୱ ଦେବା ଉଚିତ ନୁହେଁ…’ ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ କମାଇଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କୁ ନେଇ ଏକ ବଡ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ତରଫରୁ ସଞ୍ଜୟଙ୍କ କାର୍ଯ୍ୟକାଳରେ ବୃଦ୍ଧି କରିବା ପାଇଁ ଆବେଦନ ହୋଇଥିବା ବେଳେ ଏହାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବର୍ତ୍ତମାନ କମ୍ କରି ଦେଇଛନ୍ତି ଅଦାଲତ । ଏଣିକି ଇଡିର ନିର୍ଦ୍ଦେଶକ ଭାବରେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ ସଞ୍ଜୟ ମିଶ୍ରା ।

ପୂର୍ବରୁ ସରକାର ତୃତୀୟ ଥର ପାଇଁ ଇଡିର ଡାଇରେକ୍ଟର ଭାବରେ ସଞ୍ଜୟଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଇଥିଲେ । ତେଣୁ ଆସନ୍ତା ନଭେମ୍ବର ୧୮ ତାରିଖରେ ଅବସର ନେଇଥାନ୍ତେ ସଞ୍ଜୟ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଅଦାଲତ କହିଛନ୍ତି ଯେ, ପର୍ଯ୍ୟନ୍ତ ନୂଆ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଜୁଲାଇ ୩୧ ତାରିଖ ସମୟ ପର୍ଯ୍ୟାପ୍ତ ରହିଛି । ତେବେ ସୁପ୍ରିମକୋର୍ଟ CVC ଏବଂ DSPE ଅଧିନିୟମରେ କରାଯାଇଥିବା ସଂଶୋଧନଗୁଡ଼ିକର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଛନ୍ତି। ଏହାଦ୍ୱାରା ସିବିଆଇ କିମ୍ବା ଇଡିର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

ଜଷ୍ଟିସ ବି.ଆର ଗଭାଇ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସଞ୍ଜୟ କରୋଳଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ଖଣ୍ଡପୀଠ କହିଛନ୍ତି ଯେ, ଚଳିତବର୍ଷ ଆର୍ଥିକ ଆକ୍ସନ ଟାସ୍କ ଫୋର୍ସ(FTF) ଦ୍ୱାରା ହେଉଥିବା ସାଥି ସମୀକ୍ଷାକୁ ଦୃଷ୍ଟିରେ ରଖି ଏବଂ ସୁଗମ ପରିବର୍ତ୍ତନ ପାଇଁ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରହିବ ।

Get real time updates directly on you device, subscribe now.