fbpx

ଆଜିଠାରୁ ଟମାଟୋ ଶସ୍ତା: କମ୍ ଦରରେ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଟମାଟୋର ଉଚ୍ଚ ଦରକୁ ନେଇ ଏବେ ଗ୍ରାହକମାନେ ଛଟପଟ ହେଉଛନ୍ତି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ କେଜି ୧୦୦ ଟଙ୍କା ଟପିଥିବା ବେଳେ କିଛି ସ୍ଥାନରେ ୨୦୦-୨୫୦ ଟଙ୍କାରେ ମଧ୍ୟ ବିକ୍ରି ହେଉଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ ଶସ୍ତାରେ ଗ୍ରାହକଙ୍କୁ ଟମାଟୋ ବିକ୍ରି କରିବେ । ଆଜି ଦିଲ୍ଲୀ-ଏନସିଆରରେ ମୋବାଇଲ ଭ୍ୟାନ ଯୋଗେ ଟମାଟୋ କେଜି ୯୦ ଟଙ୍କାରେ ବିକ୍ରି କରାଯିବ ।
ସୂଚନା ମୁତାବକ, ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ (ଏନସିସିଏଫ) ଓ ଭାରତ ସରକାରଙ୍କ ଜାତୀୟ କୃଷି ସମବାୟ ମାର୍କେଟିଂ ସଂଘ (ନାଫେଡ)କୁ ଶସ୍ତାରେ ଟମାଟେ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଯେଉଁସବୁ ରାଜ୍ୟମାନଙ୍କରେ ଟମାଟୋ ଉତ୍ପାଦନ ହେଉଛି ସେଠାରୁ ଟମାଟୋ ସଂଗ୍ରହ କରି ଯେଉଁଠାରେ ଦର ରେକର୍ଡ ସ୍ତରରେ ରହିଥିବା ସେଠାରେ ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି ।
ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ-ଏନସିଆର ଆଦି ବିଭିନ୍ନ ସହରରେ ଶସ୍ତାରେ ଟମାଟୋ ବିକ୍ରି କରାଯିବ । ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ ନେଇ ବର୍ତ୍ତମାନର ବଜାର ଦରଠାରୁ କେନ୍ଦ୍ର ସରକାର ୩୦ ପ୍ରତିଶତ ଅଧିକ ସବସିଡି ପ୍ରଦାନ କରୁଛନ୍ତି । ଅଧିକାଂଶ ସ୍ଥାନରେ କେଜି ପିଛା ଦର ୧୨୦-୧୩୦ ମଧ୍ୟରେ ରହିଥିବା ବେଳେ ଜନସାଧାରଣଙ୍କୁ ୯୦ ଟଙ୍କାରେ ପ୍ରଦାନ କରାଯିବ । ଏନେଇ ହେଉଥିବା କ୍ଷତିକୁ କେନ୍ଦ୍ର ସରକାର ବହନ କରିବେ ବୋଲି ଉପଭୋକ୍ତା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.