fbpx

ସିମ କାର୍ଡକୁ ନେଇ ସରକାର ଆଣିଲେ ନୂଆ ନିୟମ : ଠକେଇରୁ ବଞ୍ଚିବା ପାଇଁ ପ୍ରସ୍ତୁତ ହେଉଛି ପ୍ଲାନ

ନୂଆଦିଲ୍ଲୀ : ଅନଲାଇନ ଠକେଇ ସାରା ଦେଶରେ ଏକ ବଡ଼ ସମସ୍ୟା ହୋଇଗଲାଣି । ଏଭଳି ଅନଲାଇନ ଫ୍ରଡରେ ସିମକୁ ଅଧିକ ବ୍ୟବହାର କରାଯାଏ । ଅଧିକ ଫ୍ରଡ କରୁଥିବା ଲୋକ ପ୍ରତ୍ୟେକ ଥର ନୂଆ ନୂଆ ସିମ ବ୍ୟବହାର କରୁଛନ୍ତି । ଏହି କାରଣ ଯୋଗୁଁ ସିମ କାର୍ଡର ସଂଖ୍ୟାକୁ ନିୟନ୍ତ୍ରଣ ରଖିବା ପାଇଁ ସରକାର କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଗୋଟିଏ ଆଇଡିରେ ୯ଟି ସିମ ବ୍ୟବହାର କରୁଛନ୍ତି । ଏନେଇ ସରକାର ଏହାର ସଂଖ୍ୟାକୁ କମ କରି ୯ ରୁ ୪ଟି କରିବାକୁ ଯୋଜନା କରୁଛନ୍ତି । ଯଦି ଏହା ସମ୍ଭବ ତେବେ ଜଣେ ଲୋକ ଗୋଟିଏ ଆଇଡିରେ କେବଳ ୪ଟି ସିମ ବ୍ୟବହାର କରି ପାରିବା । ଏପରି କରିବା ଦ୍ୱାରା ଅନଲାଇନ ଫ୍ରଡରୁ ବଞ୍ଚି ପାରିବା ।

ସରକାର ପ୍ରସ୍ତୁତ କଲେ ଯୋଜନା-ଲୋକଙ୍କୁ ମିଳିବ ଗୋଟିଏ ଆଇଡିରେ ୪ଟି ସିମ :
ସୂଚନା ଅନୁସାରେ, ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଭବ ଗୋଟିଏ ଆଇଡିରେ କେବଳ ୪ଟି ସିମ ହିଁ ବ୍ୟବହାର କରିବାର ଲିମିଟ କରିବା ପାଇଁ ବିଚାର କରୁଛନ୍ତି । ସିମ କାର୍ଡକୁ ନିୟନ୍ତ୍ରଣ କରିବାର ଯୋଜନା ପାଇଁ ସରକାର ଗାଇଡଲାଇନ ମଧ୍ୟ ଜାରି କରିସାରେଲେଣି । ଏହି ଗାଇଡଲାଇନ ଅତିଶୀଘ୍ର ଲୋକଙ୍କ ସାମ୍ନାକୁ ଆସିବ ବୋଲି କୁହାଯାଉଛି । କେବଳ ଏହା ହିଁ ନୁହେଁ ସରକାର ସିମ ପାଇଁ ଭେରିଫିକେସନ କରିବାର ପ୍ରଣାଳୀ ମଧ୍ୟ ଅନଲାଇନ କରିବାର ବିଚାର କରୁଛନ୍ତି । ଏହା ଦ୍ୱାରା ମଧ୍ୟ ଅନଲାଇନ ଫ୍ରଡକୁ ଅଟକା ଯାଇପାରିବ ।

ବେଳେ ବେଳେ ଆପଣଙ୍କୁ ଅଜଣା କଲ ଆସୁଛି । ଯେଉଁଥିରେ କି ନଚାହୁଁଥିବା ଲୋନ, ହୋମଲୋନ, କ୍ରେଡିଟ କାର୍ଡ ଏବଂ ଅନ୍ୟାନ୍ୟ ଅଫର ମିଳୁଛି । ଏନେଇ ଆପଣଙ୍କୁ ଅନାବଶ୍ୟକ କଲରୁ ମୁକ୍ତି ଦେବା ପାଇଁ ସରକାର ଏବେ ଅନେକ ନୂଆ ନିୟମ ପ୍ରସ୍ତୁତ କରିଛନ୍ତି ।

Get real time updates directly on you device, subscribe now.