fbpx

ଏଜେଣ୍ଟଙ୍କର କିଛି କାମ ନାହିଁ: ୪୫ ଦିନ ଭିତରେ ପାଇଯିବେ ଆପଣଙ୍କର ଅର୍ଥ, ପୋର୍ଟାଲରେ ନିଜେ କେମିତି ଆବେଦନ କରିବେ

ନୂଆଦିଲ୍ଲୀ: ଦୀର୍ଘବର୍ଷର ଅପେକ୍ଷା ପରେ ଶେଷରେ ସାହାରା ଇଣ୍ଡିଆର ନିବେଶକଙ୍କୁ ଆଶ୍ୱସ୍ତି ମିଳିଛି । ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ‘ସାହାରା ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ ଆବେଦନ କରି ଆପଣମାନେ ୪୫ ଦିନ ମଧ୍ୟରେ ନିଜର ଅର୍ଥ ଫେରସ୍ତ ପାଇ ପାରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପୋର୍ଟାଲକୁ ଲଞ୍ଚ କରିଥିବା ବେଳେ ପାଖାପାଖି ୪ କୋଟି ନିବେଶକମାନେ ସେମାନଙ୍କର ଅର୍ଥ ପାଇ ପାରିବେ ।

ଯେଉଁ ନିବେଶକଙ୍କର ସାହାରା ଇଣ୍ଡିଆରେ ଅଧିକ ଅର୍ଥରାଶି ଜମା ରହିଛି, ସେମାନଙ୍କୁ ମୋଟ ନିବେଶର ୧୦ ହଜାର ଟଙ୍କା ଫେରସ୍ତ କରାଯିବ । ଏପରି ଭାବେ ମୋଟ ୫ ହଜାର କୋଟି ଟଙ୍କା ଫେରସ୍ତ ନେଇ ପ୍ରସ୍ତୁତି ହୋଇଛି । ସାହାରା ରିଫଣ୍ଡ ପୋର୍ଟାଲ ଜରିଆରେ ଅର୍ଥ ଫେରସ୍ତ ପାଇବା ବହୁତ ସହଜ । ଏଥିପାଇଁ କୌଣସି ଫିସ୍ ଦେବାକୁ ପଡ଼ିବନି କି ଏଜେଣ୍ଟର ଆବଶ୍ୟକତା ରହିବନି । ପୋର୍ଟାଲରେ ଲଗ୍ ଇନ କରି ନିଜର ନାମ ରେଜିଷ୍ଟର କରିବା ପରେ ଭେରିଫିକେସନ ପରେ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆପ୍ଲାଏ କରିବା ପରେ ନିବେଶକଙ୍କ ଡକ୍ୟୁମେଣ୍ଟକୁ ସାହାରା ଗ୍ରୁପର କମିଟି ଦ୍ୱାରା ୩୦ ଦିନ ଭିତରେ ଭେରିଫାଏ କରାଯିବ । ଅନଲାଇନରେ କ୍ଲେମ ଦାଖଲ କରାଯିବାର ୧୫ ଦିନ ମଧ୍ୟରେ ନିବେଶକଙ୍କୁ ଏସଏସଏମ୍ ଜରିଆରେ ସୂଚିତ କରାଯିବ ।

୧- ପ୍ରଥମେ ନିବେଶକଙ୍କୁ https://mocrefund.crcs.gov.in/Depositor/Login ପୋର୍ଟାଲକୁ ଯାଇ ହୋମ ପେଜରେ ‘ଜମାକାରୀ ପଞ୍ଜିକରଣ’ ଅପ୍ସନକୁ କ୍ଲିକ କରିବାକୁ ପଡ଼ିବ ।

୨- ଏବେ ନୂଆ ପେଜରେ ଆଧାର ନମ୍ବର ଦେବେ ଓ ପଞ୍ଜୀକୃତ ମୋବାଇଲ ନମ୍ବର ଦେବେ ।

୩- ଏହାପରେ ତଳେ ଦିଆଯାଇଥିବା କ୍ୟାପଚା କୋଡ ଭରନ୍ତୁ ଓ ଓଟିପି ପ୍ରାପ୍ତ କରି ବିକଳ୍ପ ଉପରେ କ୍ଲିକ କରନ୍ତୁ ।

୪- ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ଓଟିପି ଆସିବା ପରେ ତାହାକୁ ଦାଖଲ କରନ୍ତୁ ।

୫- ଏହାପରେ ଆପଣଙ୍କର ରେଜିଷ୍ଟ୍ରସନ ସରିଯିବ ଓ ପୁଣି ହୋମପେଜକୁ ଯାଆନ୍ତୁ ।

୬- ଲଗିନ୍ ପାଇଁ ଆପଣ ‘ଜମାକାରୀ ଲଗିନ’ ଅପ୍ସନକୁ ସିଲେକ୍ଟ କରନ୍ତୁ ।

୭- ସେଠାରେ ନିଜର ଆଧାର ନମ୍ବରର ଶେଷ ୪ଟି ଅଙ୍କକୁ ଦାଖଲ କରି ନିଜର ମୋବାଇଲ ନମ୍ବର ଦାଖଲ କରନ୍ତୁ ।

୮- ପୁଣି କ୍ୟାପଚା କୋଡ ଭରି ଓଟିପି ପ୍ରାପ୍ତ କରି ବିକଳ୍ପ ବାଛନ୍ତୁ । ଏବେ ମୋବାଇଲକୁ ଆସିଥିବା ଓଟିପି ଭରନ୍ତୁ ।

୯- ନୂଆ ପେଜ ଖୋଲିବା ପରେ ସେଠାରେ ନିୟମାବଳୀକୁ ଭଲରେ ପଢ଼ିବା ପରେ ‘ମୁଁ ରାଜି ଅଛି’ ଉପରେ କ୍ଲିକ କରନ୍ତୁ ।

୧୦- ଏହାପରେ ନିଜର ବ୍ୟାଙ୍କର ନାମ ଓ ଜନ୍ମ ତାରିଖ ଦେଖାଯିବ । ଏହାପରେ ଡିପୋଜିଟ ସାର୍ଟିଫିକେଟ ଫର୍ମକୁ ଯାଇ କ୍ଲେମ ରିକୁଏଣ୍ଟ ଫର୍ମ ଭରିବାକୁ ପଡ଼ିବ ।

୧୧- କୋ-ଅପରେଟିଭ୍ ସୋସାଇଟି ନାମ, ସଦସ୍ୟତା ନମ୍ବର ଓ ଜମା ରାଶି ପୂରଣ କରନ୍ତୁ ।

୧୨- ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ତଥ୍ୟ ଭେରିଫାଏ ହେବା ପରେ ପୋର୍ଟାଲରୁ କ୍ଲେମ ଲେଟର ଡାଉନଲୋଡ୍ କରନ୍ତୁ ।

୧୩- ନିଜର ପାସପୋର୍ଟ ଫଟୋ ସେଥିରେ ଲଗାଇ ସାଇନ୍ କରନ୍ତୁ । ପୁଣି ଏହାକୁ ସ୍କାନ କରି ଅପଲୋଡ୍ କରନ୍ତୁ ।

୧୪- ଅପଲୋଡ୍ ହେବା ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ କନଫର୍ମେସନ ମେସେଜ ଆସିବ ।

୧୫- କନଫର୍ମେସନ ମେସେଜ ଆସିବାର ୪୫ ଦିନ ଭିତରେ ଆପଣଙ୍କ ଖାତାକୁ ରିଫଣ୍ଡ ରାଶି ଟ୍ରାନ୍ସଫର ହୋଇଯିବ ।

Get real time updates directly on you device, subscribe now.