fbpx

ଖୁବଶୀଘ୍ର ପେପରଲେସ୍ ହେବ ଓଡ଼ିଶା ବିଧାନସଭା: ଏଣିକି ସମସ୍ତ କାର୍ଯ୍ୟ ଡିଜିଟାଲରେ ସମ୍ପାଦିତ ହେବ, ବିଧାୟକ ଓ ଅଧିକାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜିଟାଇଜେସନ ପ୍ରାଧାନ୍ୟ ଦେବା ପରିପ୍ରେକ୍ଷୀରେ ଏବେ ପ୍ରତ୍ୟେକ ଜିନିଷକୁ ପେପରଲେସ୍ କରାଯାଉଛି । ତେଣୁ ରାଜ୍ୟ ସରକାରଙ୍କ ମଧ୍ୟ ଏନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖୁବଶୀଘ୍ର ରାଜ୍ୟ ବିଧାନସଭାର ପେପରଲେସ ହେବାକୁ ଯାଉଛି । ଏଣିକି ବିଧାନସଭାର କୌଣସି କାର୍ଯ୍ୟରେ କାଗଜର ବ୍ୟବହାର କରାଯିବ ନାହିଁ । ସବୁ କାମ ଏବେ କେବଳ ଡିଜିଟାଲ ମାଧ୍ୟମରେ ସମ୍ପାଦିତ କରାଯିବ ।

ଖବର ଅନୁଯାୟୀ, ବିଧାନସଭାକୁ ପେପରମୁକ୍ତ କରିବା ପାଇଁ ସମସ୍ତ ବିଧାୟକ, ଅଧିକାରୀ ଓ କମର୍ଚାରୀଙ୍କୁ ଆପ୍ଲିକେସନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଉଛି । ଏନେଇ ବିଧାନସଭା ପରିସରରେ ଥିବା ସେବା କେନ୍ଦ୍ରଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବାଚସ୍ପତି ରଜନୀକାନ୍ତ ସିଂହ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭା ଲାଇବ୍ରେରୀ କମିଟି ଅଧ୍ୟକ୍ଷ, କାର୍ଯ୍ୟକାରୀ ଅଧ୍ୟକ୍ଷ, ଏନଆଇସିର ଭୁବନେଶ୍ୱର ରାଜ୍ୟ ସୂଚନା ଅଧିକାରୀ, ବିଧାନସଭା ସଚିବ ପ୍ରମୁଖ ଯୋଗଦେଇ ବିଧାନସଭାର ଲକ୍ଷ୍ୟ ହାସଲ ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ସୂଚନାଯୋଗ୍ୟ ଯେ, ପେପରଲେସ ବଦଳରେ ଡିଜିଟାଇଜେସନକୁ ରାଜ୍ୟ ସରକାର ପୂର୍ବରୁ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ ଡିଜିଟାଇଜେସନ କରାଇଥିଲା । ରାଜ୍ୟର ବହୁ କୋର୍ଟ ଓ ଭୁବନେଶ୍ୱର ଏମ୍ସକୁ ମଧ୍ୟ ପେପରଲେସ କରାଯାଇଥିଲା । ସେହିପରି ଦେଶର ୫୪ ହଜାରରୁ ଅଧିକ ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ କରାଇବା ନେଇ ଗତ ମାର୍ଚ୍ଚ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ।

Get real time updates directly on you device, subscribe now.