fbpx

ଅଗଷ୍ଟରେ ଆରମ୍ଭ ହେବ ଅମିତାଭ ବଚନଙ୍କ ‘କୌନ ବନେଗା କରୋଡ଼ପତି-୧୫’: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ବିଗ ବି ଅମିତାଭ ବଚ୍ଚନଙ୍କ ‘କୌନ ବନେଗା କରୋଡ଼ପତି (କେବିସି)-୧୫’କୁ ନେଇ ଦର୍ଶକ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ପ୍ରତି ପରିବାରର ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କେବିସି ଦେଖିବାକୁ ସତେ ଯେମିତି ପାଗଳ ହୋଇଥାନ୍ତି । ତେବେ ଖୁବଶୀଘ୍ର କେବିସି-୧୫ ଆରମ୍ଭ ହେବାକୁ ଯାଉଛି । ଗତ ୨୩ ବର୍ଷ ଧରି ଏହି କ୍ୱିଜ ରିୟଲିଟି ଶୋ’ ମାଧ୍ୟମରେ ବିଗ୍ ବି’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ।

ସୂଚନା ମୁତାବକ, ଏକ ନୂଆ ଅନ୍ଦାଜରେ କୌନ ବନେଗା କରୋଡ଼ପତିର ପ୍ରଥମ ଏପିସୋଡ ଆସନ୍ତା ମାସ ୧୫ ତାରିଖରେ ଆରମ୍ଭ ହେବ । ସୋନି ଟିଭିରେ କେବିସିର ପ୍ରିମିୟର ହେବ । ସ୍ୱାଧିନତା ଦିବସରେ ଆରମ୍ଭ ହେବାକୁ ଥିବା ଏହି ଶୋ’ରେ ସବୁ କିଛି ବଦଳିଯିବ ବୋଲି ଅମିତାଭ କହିଛନ୍ତି । ୨୩ ବର୍ଷ ପୂର୍ବେ ଅର୍ଥାତ ୨୦୦୦-୨୦୦୧ ଅବସରରେ କେବିସିର ପ୍ରଥମ ସିଜିନ ଷ୍ଟାର ପ୍ଲସ ଅନ ଏୟାରରେ ହୋଇଥିଲା ।

ଏହି ଶୋ’ ସହିତ ୭୦ ଏମଏମର ସ୍କ୍ରିନରେ ରାଜ କରୁଥିବା ଅମିତାଭ ଟିଭିରେ ନିଜର ଡେବ୍ୟୁ କରିଥିଲେ । ତେବେ ଏହି ଶୋ’ ବେଶ୍ ଲୋକପ୍ରିୟତା ହାସଲ କରିବା ପରେ ବି ଟିଆରପି ଚାର୍ଟରେ ସେପରି କିଛି କମାଲ କରିପାରିନଥିଲା । ଏହି କାରଣରୁ ପ୍ରଥମ ସିଜିନ ପରେ ନିର୍ମାତାମାନେ ଶୋ’ରୁ ୪ ବର୍ଷର ବ୍ରେକ ନେଇଥିଲେ । ୨୦୦୫ ଅଗଷ୍ଟ ୫ରେ ଅମିତାଭ କେବିସି-୨ ସହିତ ପୁଣି ଥରେ ଟିଭିରେ ଦେଖାଦେଇଥିଲେ । ଏହାପରେ କାହାଣୀରେ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା । ଏହାପରେ ଅମିତାଭଙ୍କ ଶାରୀରିକ ଅସୁସ୍ଥତା କାରଣରୁ କେବିସି ସିଜିନ-୨ରେ ବ୍ରେକ ଲାଗିଥିଲା । ଏହାପରେ ସିଜିନ-୩ରେ କିଙ୍ଗ ଖାନ ଶାହରୁଖ ଖାନଙ୍କୁ ରିପ୍ଲେସ କରାଯାଇଥିଲା । ମାତ୍ର ଛୋଟ ପରଦାରେ ବିଗ ବି’ଙ୍କ ଯାଦୁ ବଳବତ୍ତର ରଖିବାରେ ଶାହରୁଖ ଅସଫଳ ରହିଥିଲେ ।

Get real time updates directly on you device, subscribe now.