fbpx

ଗୋଟିଏ ବ୍ୟାଙ୍କ ଉପରେ RBI ଝଟକା: ଗ୍ରାହକମାନେ ଉଠାଇ ପାରିବେନି ଅଧିକ ଅର୍ଥ

ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବ୍ୟାଙ୍କକୁ ନେଇ କିଛି ନୂଆ ନିଷ୍ପତ୍ତି ନିଆଯାଇଥାଏ । ଏଥିସହିତ ବିଭିନ୍ନ ପ୍ରକାରର ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଥାଏ । ତେବେ ନିକଟରେ ଗୋଟିଏ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫଳରେ ଏଣିକି ଉକ୍ତ ବ୍ୟାଙ୍କର ଗ୍ରାହକମାନେ ନିଜ ଆକାଉଣ୍ଟରୁ ଅର୍ଥ ଉଠାଣ ନେଇ ସୀମା ଧାର୍ଯ୍ୟ କରାଯାଇଛି ।

ସୂଚନା ମୁତାବକ, ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କୋ-ଅପରେଟିଭ୍ ବ୍ୟାଙ୍କକୁ ନେଇ ଆରବିଆଇ ନେଇଛି ଏଭଳି ପଦକ୍ଷେପ । ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏହି ବ୍ୟାଙ୍କର ୧୩ଟି ଶାଖା ରହିଛି । ଏହି ବ୍ୟାଙ୍କ ଏବେ ନୂଆ ଲୋନ୍ ଜାରି କରିପାରିବ ନାହିଁ କି ଆରବିଆଇର ବିନା ଅନୁମତିରେ ଫ୍ରେଶ ଡିପୋଜିଟକୁ ଗ୍ରହଣ କରିପାରିବ ନାହିଁ । ଏଥିସହିତ ବ୍ୟାଙ୍କ ଉପରେ ୬ ମାସର ଅବଧି ପାଇଁ ବ୍ୟବସାୟିକ ପ୍ରତିବନ୍ଧକ ଲଗାଯାଇଛି ।

ଏବେ ବ୍ୟାଙ୍କର ଜମାକାରୀମାନେ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ଅଧିନରେ ୫ ଲକ୍ଷ ଟଙ୍କାର ଅର୍ଥ ଦାବି କରିପାରିବେ । ଆଗକୁ କେନ୍ଦ୍ରୀୟ ବ୍ୟାଙ୍କ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିପାରେ । କିଛି ନିୟମ ଉଲ୍ଲଂଘନ କାରଣରୁ ଗତ ମେ ମାସରେ ଆରବିଆଇ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା । ବ୍ୟାଙ୍କରୁ ଅର୍ଥ ଉଠାଣ ସୀମାକୁ ୫୦ ହଜାର ମଧ୍ୟରେ ସୀମିତ କରିଦିଆଯାଇଛି ।

Get real time updates directly on you device, subscribe now.