fbpx

ସୁବାସ ଚୌହାନଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ,୧୦ ।୫(ଓଡିଶା ଭାସ୍କର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେଡ଼ି ନେତା ସୁବାସ ଚୌହାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଟ୍ବିଟ୍ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି ଯେ, ସୁବାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବହୁତ ଦୁଃଖିତ । ରାଜ୍ୟବାସୀଙ୍କ ପାଇଁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍କରଣୀୟ ହୋଇ ରହିବ । ଏହା ସହ ସୁବାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ତେବେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ଆଜି ସୁବାସଙ୍କର ଦେହାନ୍ତ ଘଟିଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ୨୦୧୯ ମାର୍ଚ୍ଚ ୨୬ ତାରିଖରେ ସୁବାସ ବିଜେଡିରେ ଯୋଗ ଦେଇଥିଲେ । ସେ କଳାହାଣ୍ଡି, ବରଗଡ ବଲାଙ୍ଗିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।

Get real time updates directly on you device, subscribe now.