ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ଅଭିନେତା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ହ୍ୟାକର ଅଜବ ପୋଷ୍ଟ ସେୟାର କରିଥିଲେ, ତାପରେ ଅଭିନେତା ଟ୍ରୋଲ ହୋଇଥିଲେ ।
ତେବେ ପ୍ରଭାସ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନୁହଁନ୍ତି। ପ୍ରଭାସ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କେବଳ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଅପଡେଟ ଶେୟାର କରିବାକୁ ବ୍ୟବହାର କରନ୍ତି। ଗୁରୁବାର ରାତିରେ ତାଙ୍କ ଫେସବୁକ ପେଜକୁ ହ୍ୟାକ କରାଯାଇଥିଲା। ହ୍ୟାକର୍ସ ତାଙ୍କ ଫେସବୁକରୁ ‘ଅନଲକି ହ୍ୟୁମାନ’ ଏବଂ ‘ବଲ ଫେଲ ଆରାଉଣ୍ଡ ୱାଲର୍ଡ’ ଟାଇଟଲ ସହିତ ଦୁଇଟି ଭାଇରାଲ ଭିଡିଓ ଶେୟାର କରିଥିଲେ।
Hello Everyone,
My Facebook Page Has Been Hacked. The Team is Sorting this Out.
~ #Prabhas Via Instagram pic.twitter.com/8n1yeABIDT
— Hail Prabhas (@HailPrabhas007) July 27, 2023
ପରେ ପ୍ରଭାସ ନିଶ୍ଚିତ କରିଥିଲେ ଯେ, ଫେସବକୁ ହ୍ୟାକ ହୋଇଛି। ଏବେ ତାର ସମାଧାନ ଚାଲିଛି। ପ୍ରଭାସଙ୍କ ଫେସବୁକ୍ ପେଜ୍ରେ ୨୪ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ପ୍ରଭାସ କେବଳ ଏସ ରାଜାମୌଲି ଫଲୋ କରନ୍ତି। ବକ୍ସ ଅଫିସରେ ‘ସାହୋ’, ‘ରାଧା ଶ୍ୟାମ’ ଏବଂ ‘ଆଦିପୁରୁଷ’ର ଫ୍ଲପ ପରେ ପ୍ରଭାସଙ୍କୁ’ ସୁପରଷ୍ଟାର’ର ସିଂହାସନ ଫେରି ପାଇବା ପାଇଁ ବକ୍ସ ଅଫିସରେ ଏକ ବଡ଼ ସଫଳତାର ଆବଶ୍ୟକତା ରହିଛି।
ଏଥି ସହିତ ପ୍ରଭାସ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ, ‘ସମସ୍ତଙ୍କୁ ନମସ୍କାର । ମୋର ଫେସବୁକ୍ ପେଜ୍ ହ୍ୟାକ୍ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ଟିମ ଚେଷ୍ଟା କରୁଛି । ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନଙ୍କ ସହ ‘ପ୍ରୋଜେକ୍ଟ କେ’ ଅର୍ଥାତ୍ ‘କାଲ୍କି ୨୮୯୮’ ରେ ନଜର ଆସିବେ ।