fbpx

ଇମ୍ୟୁନିଟିକୁ ଦୁର୍ବଳ କରେ ଏହି ଖାଦ୍ୟ : ଦୂରେଇ ଯାଆନ୍ତୁ ନଚେତ ହୋଇପାରେ ସମସ୍ୟା

ଭୁବନେଶ୍ୱର : ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ପୋଷଣ ମିଳିଥାଏ । ଏହା କେବଳ ଆମ ଶରିରକୁ ଶକ୍ତି ଯୋଗାଇ ନଥାଏ ବରଂ ଏହା ଆମକୁ ସଂକ୍ରମଣ ଏବଂ ଅନେକ ଜୀବାଣୁ ଠାରୁ ରକ୍ଷା କରିଥାଏ । ଆଜିକା ଦିନରେ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରଅୟ ସମସ୍ତେ ଫାଷ୍ଟ ଫୁଡ ଖାଇବାକୁ ପସନ୍ଦ କରନ୍ତି । ଏହି ସବୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରରେ କୁପ୍ରଭାବ ପକାଇଥାଏ । ଜଙ୍କଫୁଡ ଖାଇବା ଦ୍ୱାରା ଅନେକ ସମୟରେ ପେଟ ସହ ଜଡିତ ସମସ୍ୟା ଉପୁଜିଥାଏ ।
କୁହାଯାଉଛି ଯେ, ଅଧିକ ଜଙ୍କ ଫୁଡ ଖାଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ଉପରେ କୁପ୍ରଭାବ ପଡିଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଏଭଳି ଖାଦ୍ୟ ଖାଉଛନ୍ତି, ତେବେ ସାବଧାନ । ଆମେ ଆଜି ଆପଣଙ୍କୁ ୪ଟି ବିଷୟରେ କହିବୁ ଯାହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ।

ଅଧିକ ମଦ୍ୟପାନ – ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ । ଏହାକୁ ପିଇଲେ ଫୁସଫୁସ ପାଇଁ ବିପଦଜନକ ଅଟେ । ଅତ୍ୟଧିକ ମଦ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୂର୍ବଳ ହୋଇଯାଏ, ଯାହାଫଳରେ ଆମ ଫୁସଫସରେ ଥିବା ରୋଗ ଦୂର କରିପାରନ୍ତି ଏବଂ ରୋଗ ପ୍ରତିରୋଧକ କୋଷଗୁଡିକ ଅନେକ ଅସୁବିଧାର ସମ୍ମଖୀନ ହୁଅନ୍ତି ।

ରିଫାଇଣ୍ଡ କାର୍ବସ – ଏହା ଆପଣଙ୍କ ଶରୀରରେ ଶର୍କରାର ସ୍ତରକୁ ବୃଦ୍ଧି କରିଥାଏ । ଏହା ସହିତ ଶରୀରରେ ରୋଗ ସୃଷ୍ଟି କରେ । ଯାହାଦ୍ୱାରା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୂର୍ବଳ କରିଥାଏ । ଏଥିରେ ଧଳା ବ୍ରେଡ ଏବଂ ଆଳୁ ଚିପ୍ସ ଭଳି ଜିନିଷ ଅନ୍ତର୍ଭୁକ୍ତ ।

ପ୍ରୋସେଡ ମିଟ – ପ୍ରୋସେଡ ମିଟ ଆମର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ସସ୍‌, ହଟ୍ ଡଗ୍ ଏବଂ ସାଲାମି ପରି ଖାଦ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ଏଥିରେ ସୋଡିୟମ ଏବଂ ଚର୍ବିର ମାତ୍ରା ଅଧିକ ଥାଏ । ଯାହା ରୋଗପ୍ରତିରୋଧକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଏ ।

ଅଧିକ ମିଠା ଜାତୀୟ ଖାଦ୍ୟ – ଅଧିକ ମିଠା ବା ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଯଦି ଆପଣଙ୍କୁ ସୁଗର ଅଛି, ତେବେ ଚା, କଫି କିମ୍ବା କ୍ଷୀରରେ ଚିନିର ପରିମାଣ କମ କରନ୍ତୁ । ଅଦରକ ମିଠା ଖାଇବା ଦ୍ୱାରା ଏହା ଆପଣଙ୍କ ସମସ୍ୟା ଆହୁରୀ ବଢାଇଥାଏ । ଚିନି ଅତ୍ୟଧିକ ଖାଇବା ଦ୍ୱାରା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ôହାସ ପାଇଥାଏ । ଯେଉଁ କାରଣରୁ ରୋଗ ହେବାର ଆଶଙ୍କା ଥାଏ ।

Get real time updates directly on you device, subscribe now.