fbpx

ସେପ୍ଟେମ୍ବର ୩ରୁ ଆରମ୍ଭ ହେବ ଓଜେଏସ୍‍ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଜୁଡିସିଆଲ ସର୍ଭିସ- ଓଜେଏସ୍‍ ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ– ଓପିଏସ୍‍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଓପିଏସ୍‍ସିର ସୂଚନା ଅନୁସାରେ ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରଠାରେ ମୁଖ୍ୟ ଲିଖିତ ପରୀକ୍ଷା ହେବ । ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୫୭୨ ଜଣ ଛାତ୍ରୀ ଏବଂ ୪୩୨ ଜଣ ଛାତ୍ର ଓଜେଏସ୍‍ ମୁଖ୍ୟ ଲିଖିତ ପରୀକ୍ଷାରେ ଭାଗ ନେବେ ।

Get real time updates directly on you device, subscribe now.