fbpx

ମହାନଦୀରେ ୫୦ ଫୁଟର ଘାଇ, ଉପରମୁଣ୍ଡରୁ ମାଡ଼ିଆସୁଛି ପାଣି

ପାରାଦୀପ: ରାଜ୍ୟକୁ ପୁଣି ବନ୍ୟା ବିପତ୍ତି । ଲଘୁଚାପଜନିତ ୩ ଦିନର ଲଗାଣ ବର୍ଷାରେ ରାଜ୍ୟର ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଜଳକା, ବଂଶଧାରା ଇତ୍ୟାଦି ନଦୀ ଫୁଲିବାରେ ଲାଗିଛି । ସେପଟେ ମହାନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । କୁଜଙ୍ଗ ବ୍ଲକ ତେରମାଣପୁର ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଖବର ମିଳିଛି । ମହାନଦୀରେ ୫୦ ଫୁଟର ଘାଇ ଯୋଗୁଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା ।

ତେବେ ଆଜି ଭୋରୁ ସୃଷ୍ଟି ହୋଇଛି ଘାଇ, ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଲୋକେ ଶୋଇଥିବାବେଳେ ବନ୍ଧ ଭାଙ୍ଗିଯାଇଥିବା ସୂଚନା ମିଳିଛି । ବହୁ ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଥିବା ଖବର ମିଳିଛି ।

ଅନ୍ୟପଟେ ଉପରମୁଣ୍ଡରୁ ମହାନଦୀକୁ ପାଣି ମାଡ଼ିଆସୁଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୬୦ ଫୁଟ ଥିବା ଜଣାପଡିଛି । ଏବେ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ୪ ଲକ୍ଷ ୩୨ ହଜାର ୮୦୮ କୁୃସେକ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.