ଅଷ୍ଟ୍ରେଲିଆ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍କୁଲକୁ ‘କୃପାଣ’କୁ ନେବାକୁ ଶିଖମାନଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଅଞ୍ଚଳରେ ସୁପ୍ରିମକୋର୍ଟ ଶିଖମାନଙ୍କୁ ସ୍କୁଲ କ୍ୟାମ୍ପସରେ କୃପାଣ ବା ଛୋଟ ଖଣ୍ଡା ନେବା ଉପରେ ବ୍ୟାନ୍ ଲଗାଇଥିବା ଆଇନକୁ ଅସାମ୍ବିଧାନିକ ବୋଲି କହିଛନ୍ତି, ଯେଉଁଥିରେ ଏବେ ଶିଖ ଛାତ୍ରମାନଙ୍କୁ ସ୍କୁଲରେ କୃପାଣ ବହନ କରିବାକୁ ଅନୁମତି ମିଳିଛି ।

ଗତବର୍ଷ ସ୍ଥାନୀୟ ସରକାରଙ୍କ ବିରୋଧରେ କମଲଜିତ କୌର କୋର୍ଟରେ ଆବେଦନ କରିଥିଲେ, ଯାହାପରେ ସ୍କୁଲକୁ କୃପାଣ ନେବା ଉନରେ କୁଇନ୍ସଲ୍ୟାଣ୍ଡ ପ୍ରଦେଶର ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଥିଲେ । କମଲଜିତ କୌର ଦାବି କରିଛନ୍ତି ଯେ, ସରକାର ଲଗାଇଥିବା ପ୍ରତିବନ୍ଧକ କୃପାଣ ସହିତ ଭେଦଭାବ କରୁଛି, ଯାହା ଶିଖମାନଙ୍କର ପାଞ୍ଚଟି ଧାର୍ମିକ ପ୍ରତୀକ ମଧ୍ୟରୁ ଗୋଟିଏ ଏବଂ ଯାହାକୁ ଶିଖମାନେ ସବୁବେଳେ ସେମାନଙ୍କ ସହିତ ରଖିବା ଉଚିତ୍ ।