fbpx

୬ ବର୍ଷରେ ଅବସର ପୂର୍ବରୁ ପଦବୀ ଛାଡିଛନ୍ତି ୧୨ ବିଚାରପତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ଜଷ୍ଟିସ ରୋହିତ ଦେବ ୪ ଅଗଷ୍ଟରେ ଇସ୍ତଫା ଦେଇଛନ୍ତି। ଅବସର ଗ୍ରହଣ କରିବାର ଦୁଇ ବର୍ଷ ପୂର୍ବରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଘୋଷଣା ସମୟରେ ଉପସ୍ଥିତ ଜଣେ ଓକିଲଙ୍କ କହିବାନୁସାରେ, ଜଷ୍ଟିସ ଦେବ ଇସ୍ତଫା ଦେବାର କାରଣ ସ୍ପଷ୍ଟ କରିନାହାଁନ୍ତି, କିନ୍ତୁ ସେ କହିଛନ୍ତି ଯେ, ସେ ନିଜ ଆତ୍ମ ସମ୍ମାନ ବିରୋଧରେ କାର୍ଯ୍ୟ କରିପାରିବେ ନାହିଁ। ସେ ୨୦୨୫ ରେ ଅବସର ନେଇଥାନ୍ତେ। ଅବସର ପୂର୍ବରୁ ଯେଉଁମାନେ ଏହି ପଦ ଛାଡିଛନ୍ତି ସେମାନଙ୍କ ମଧ୍ୟରେ ଜଷ୍ଟିସ ରାହୁଲ ଦେବ ହେଉଛନ୍ତି ଦ୍ୱାଦଶ ବିଚାରପତି। ୨୦୧୭ ପରଠାରୁ, ୧୨ ଜଣ ବିଚାରପତି ବିଭିନ୍ନ କାରଣରୁ ନିଜ ପଦ ଛାଡିଛନ୍ତି।

ବିଚାରପତିମାନେ ସେମାନଙ୍କର ସେବା ସମାପ୍ତ ହେବା ପୂର୍ବରୁ ଅଫିସ ଛାଡିବା ପାଇଁ ସେମାନଙ୍କର ନିଜସ୍ୱ କାରଣ ରହିଛି। କେତେକ ଇସ୍ତଫା ସ୍ୱେଚ୍ଛାକୃତ ଏବଂ ବ୍ୟକ୍ତିଗତ କାରଣରୁ ହୋଇଥିଲା।ସେବାରେ ଥିବାବେଳେ କିଛି ବିଚାରପତି ସ୍ୱତନ୍ତ୍ର ପରିସ୍ଥିତିରେ ଇସ୍ତଫା ଦେଇଥିବାବେଳେ ଅନେକ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତର କିମ୍ବା ପ୍ରଧାନ ବିଚାରପତି ଭାବରେ ପଦୋନ୍ନତି ମନା କରିବାକୁ ନିଷ୍ପତ୍ତି ନେଇଥିଲେ।

ରିପୋର୍ଟ ଅନୁଯାୟୀ, ୨୦୧୭ ପରଠାରୁ ୧୨ ଜଣ ବିଚାରପତି ଅବସର ନେବା ପୂର୍ବରୁ ଏହି ପଦ ଛାଡିଛନ୍ତି ଏବଂ ସର୍ବାଧିକ ସଂଖ୍ୟକ ମାମଲା ବମ୍ବେ ହାଇକୋର୍ଟର। ଆସନ୍ତୁ ଜାଣିବା ସେହି ବିଚାରପତି କିଏ-

-ଜଷ୍ଟିସ ଜୟନ୍ତ ପଟେଲ (୨୦୧୭)
-ଜଷ୍ଟିସ ନକ୍କା ବାଲାୟୋଗୀ (୨୦୧୮)
-ଜଷ୍ଟିସ ତାହିଲରମାନୀ (୨୦୧୯)
– ଜଷ୍ଟିସ ଅନନ୍ତ ବିଜୟ ସିଂହ (୨୦୨୦)
– ଜଷ୍ଟିସ ଏସସି ଧର୍ମାଧିକାରୀ (୨୦୨୦)
– ଜଷ୍ଟିସ ସଂଗୀତା ଘୀଗରା ସେହଗଲ (୨୦୨୦)
– ଜଷ୍ଟିସ ସୁନୀଲ କୁମାର ଅବସ୍ତୀ (୨୦୨୧)
– ଜଷ୍ଟିସ ଦାମା ଶେଶାଦ୍ରୀ ନାୟଡୁ (୨୦୨୧)
– ଜଷ୍ଟିସ ଶରଦ କୁମାର ଗୁପ୍ତା (୨୦୨୧)
– ଜଷ୍ଟିସ ଅଜ ତିୱାରୀ (୨୦୨୨)
-ଜଷ୍ଟିସ ଚନ୍ଦ୍ର ଭୂଷଣ ବାରୋବାଲିୟା (୨୦୨୨)
– ଜଷ୍ଟିସ ରୋହିତ ଦେବ (୨୦୨୩)

ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର ହେତୁ ଜଷ୍ଟିସ ପଟେଲ ୨୦୧୭ ରେ ଇସ୍ତଫା ଦେଇଛନ୍ତି। ସେ ସେତେବେଳେ କର୍ଣ୍ଣାଟକ ହାଇକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଥିଲେ, ସେ ଅସନ୍ତୋଷ ପ୍ରକାଶ କରିଥିଲେ ଯେ, କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି କିମ୍ବା କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହେବା ପରିବର୍ତ୍ତେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ହାଇଦ୍ରାବାଦରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହେବାର ଏକ ବର୍ଷ ପରେ ଜଷ୍ଟିସ୍ ନାକ୍କା ବାଲାୟୋଗୀ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫା ମଧ୍ୟ ଗ୍ରହଣ କରିଥିଲେ, କିନ୍ତୁ ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ସେ ଇସ୍ତଫା ପ୍ରତ୍ୟାହାର କରି ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

 

Get real time updates directly on you device, subscribe now.