fbpx

ସରକାରୀ ବାସଭବନ ପୁଣି ଥରେ ଫେରିପାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ଓଡିଶା ଭାସ୍କର: ସାଂସଦ ପଦ ଫେରିପାଇବା ପରେ ଆଜି ତାଙ୍କ ସରକାରୀ ବାସଭବନ ଫେରିପାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ‘ମୋଦୀ ଉପନାମ’ ମାମଲାରେ ମାନ୍ୟବର ସୁପ୍ରିମକୋଟରୁ ସେ ଆଶ୍ୱସ୍ତି ପାଇବା ପରେ ଲୋକସେବା ସଚିବାଳୟ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଯେଉଁଥିରେ ସାଂସଦ ରାହୁଲ ଗାନ୍ଧୀ ତାଙ୍କର ପଦ ପୁର୍ନବାର ଫେରିପାଇଥିଲେ। ଗତକାଲି ସେ ସଂସଦ ଭବନରେ ଯୋଗଦେଇ ମଧ୍ୟ ଦିଲ୍ଲୀ ସର୍ଭିସ ରୁଲ୍ ପ୍ରସଙ୍ଗରେ ତାଙ୍କର ଭୋଟ ମତଦାନ କରିଥିଲେ। ସାଂସଦ ପଦ ଫେରି ପାଇବାର ଦିନକ ପରେ ସେ ଆଜି ତାଙ୍କ ସରକାରୀ ବାସ ଭବନ ପୁଣି ଥରେ ଫେରିପାଇଛନ୍ତି। ଗୃହ କମିଟିର ସଦସ୍ୟ ଶ୍ରୀ ଗାନ୍ଧୀଙ୍କୁ ତାଙ୍କର ଏହି ଗୃହକୁ ଫେରାଇଛନ୍ତି।

 

Get real time updates directly on you device, subscribe now.