fbpx

ଘୋର କଳିଯୁଗ ! ଦେଢ଼ ମାସର ଛୁଆକୁ ଚୁପ୍ କରାଇବା ପାଇଁ କ୍ଷୀରରେ ମଦ ମିଶାଇଲା ମା’, ଏପରି ହେଲା ଖୁଲାସା

ନୂଆଦିଲ୍ଲୀ: ଛୁଆ ମୁହଁରୁ ବାହାରୁଥିବା ପ୍ରଥମ ଶବ୍ଦ ହେଉଛି ମା’ । ଏହି ଅଜ୍ଞାତ ଦୁନିଆରେ ପ୍ରଥମେ ପାଦ ଦେବା ପରେ ତାଙ୍କର ପ୍ରଥମ ଏବଂ ସବୁଠାରୁ ବଡ ସମର୍ଥନ ହୋଇଥାନ୍ତି ତାଙ୍କ ମା । କିନ୍ତୁ, ଯେତେବେଳେ ମା ନିଜେ ନିଜ ସନ୍ତାନର ଜୀବନର ଶତ୍ରୁ ପାଲଟିଯାଏ, ସେବେ କାହାକୁ ବା ବିଶ୍ୱାସ କରାଯାଇ ପାରିବ ।

ଆମେରିକାର କାଲିଫର୍ନିଆରେ ଜଣେ କଳିଯୁଗର ମା’ଫ ନିଜରୀ ଦେଢ଼ମାସର ଦେଢ଼ ମାସର ଶିଶୁକୁ ଚୁପ୍ କରିବା ପାଇଁ ଏକ ବୋତଲ କ୍ଷୀରରେ ମଦ୍ୟ ଭର୍ତ୍ତି କରିଥିଲେ । ଖବର ଅନୁଯାୟୀ, ତାହା ପିଇବା ପରେ ନିଶରେ ଚୁର ୭ ସପ୍ତାହର ଶିଶୁକୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା ।

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସାନ ବର୍ନାଡିନୋ କାଉଣ୍ଟି ସରିଫ୍ ବିଭାଗ ସୋମବାର ସୂଚନା ଦେଇଛି ଯେ, ଡେଲା ଟୋରେ ନାମକ ଜଣେ ୩୭ ବର୍ଷୀୟା ମହିଳା ତାଙ୍କ ସନ୍ତାନର ଜୀବନକୁ ବିପଦରେ ପକାଇଥିବା ଅଭିଯୋଗ ହୋଇଛି ।

ଅଧିକାରୀଙ୍କ ଅନୁଯାୟୀ, ଆମେରିକାର ଲସ୍ ଆଞ୍ଜେଲ୍ସର ୫୫ ମାଇଲ ପୂର୍ବରେ ଥିବା ରିୟାଲ୍ଟୋ ନିକଟରେ ଶନିବାର ଦିନ ପ୍ରାୟ ୧୨:୪୫ ସମୟରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ମହିଳା ରିୟାଲ୍ଟୋ ଦେଇ ଗାଡି ଚଳାଉଥିଲେ । ତାଙ୍କ ଶିଶୁ ଲଗାତାର ଭାବରେ କାନ୍ଦୁଥିଲା । ଏହି ସମୟରେ ସେ କାରକୁ ଅଟକାଇ ଶିଶୁର କାନ୍ଦିବା ବନ୍ଦ କରିବା ପାଇଁ କ୍ଷୀର ବୋତଲରେ ମଦ ଭର୍ତ୍ତି କରିଥିଲେ ।

ସୂଚନା ଅନୁଯାୟୀ, ଶିଶୁଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରକାଶ କରାଯାଇ ନାହିଁ । ଏହି ସମୟରେ ମହିଳାଙ୍କୁ ୬୦,୦୦୦ ଡଲାର ବଣ୍ଡରେ ପଶ୍ଚିମ ଉପତ୍ୟକା ଡିଣ୍ଟେସନ ସେଣ୍ଟରରେ ରଖାଯାଇଛି ।

 

Get real time updates directly on you device, subscribe now.