fbpx

(ଭିଡିଓ) ଅଙ୍କଲ ଜଣଙ୍କ କିଏ? ଯାହା ବାଇକ୍ ପଛରେ ବସି ବୁଲୁଥିଲେ ଶୁଭଲକ୍ଷ୍ମୀ…. ମୃତ୍ୟୁ ପଛରେ ନାହିଁ ତ ଅଙ୍କଲଙ୍କର ହାତ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ରୋଡ଼ ସ୍ଥିତ ଦିପାଳୀ ଲଜରୁ ଶୁଭଲକ୍ଷ୍ମୀ ସାହୁଙ୍କର ମୃତଦେହ ଉଦ୍ଧାର ହେବା ପରେ ଏବେ ଗୋଟିକ ପରେ ଗୋଟିଏ ଗୁମର ଫିଟୁଛି । ଏହା ମଧ୍ୟରେ ଶୁଭଲକ୍ଷ୍ମୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ସେ ନିଶା ସେବନ କରିଥିଲେ ବୋଲି ଜଣାପଡ଼ିଛି । ମୃତ୍ୟୁର ୪-୬ ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ଜଣାପଡ଼ିଛି । ଏହି ମାମଲାରେ ପୋଲିସ ଶୁଭଲକ୍ଷ୍ମୀଙ୍କ ବୟଫ୍ରେଣ୍ଡଙ୍କୁ ମିଶାଇ ୧୨ ଜଣଙ୍କୁ ଜେରା କରି ସାରିଛି ।

ତେବେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଏହା ମଧ୍ୟରେ ପୋଲିସକୁ ମିଳିଛି ଏକ ବଡ଼ ସୁରାକ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାରେ ଜଣେ ଅଙ୍କଲଙ୍କ ନାମ ସାମ୍ନାକୁ ଆସିଛି । ତେବେ କିଏ ସେହି ଅଙ୍କଲ? ସେହି ଅଙ୍କଲ ଶୁଭଲକ୍ଷ୍ମୀଙ୍କର ବହୁତ ଯତ୍ନ ନେବା ସହିତ ସେ ସବୁ ବାରକୁ ଶୁଭଲକ୍ଷ୍ମୀଙ୍କୁ ଡ୍ୟାନ୍ସ କରାଇବାକୁ ନେଇ ଯାଉଥିଲେ । ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଡ୍ୟାନ୍ସ ବିଜିନେସ । ସେଥିପାଇଁ ଅଙ୍କଲ ଶୁଭଲକ୍ଷ୍ମୀଙ୍କୁ ମାସକୁ ୧୦ ହଜାର ଟଙ୍କା ଦେଉଥିବ ବେଳେ ନିଜେ ଲକ୍ଷ ଲକ୍ଷ ଟଙ୍କା ରଖୁଥିଲେ ।

ତେବେ ଶୁଭଲକ୍ଷ୍ମୀ ଏହି କଥା ଜାଣିବା ପରେ ଅଙ୍କଲଙ୍କଠାରୁ ଦୂରେଇ ଯାଇଥିଲେ । ଏହାପରେ ସେ ଅଙ୍କଲଙ୍କର କୌଣସି କଥା ଶୁଣିନଥିଲେ । ପରବର୍ତ୍ତୀ ସମୟରେ ଶୁଭଲକ୍ଷ୍ମୀ ନିଜେ ବିଜିନେସ ଆରମ୍ଭ କରିବା ସହ ଅନ୍ୟର ବିନା ସହାୟତାରେ ବାରରେ ଡ୍ୟାନ୍ସ କରୁଥିଲେ । ସେଥିରୁ ଶୁଭଲକ୍ଷ୍ମୀ ଦିନକୁ ୧୦ ହଜାର ଟଙ୍କା ଆୟ କରୁଥିବା ବେଳେ ଅଙ୍କଲଙ୍କର ବିଜିନେସ ଠପ୍ ହୋଇଯାଇଥିଲା । ତେଣୁ ଶୁଭଲକ୍ଷ୍ମୀଙ୍କୁ ଅଙ୍କଲ ସହ୍ୟ କରିପାରୁ ନଥିଲେ । ତେବେ ଅଙ୍କଲ କିଛି ଭିଡିଓକୁ ନେଇ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲ କରିବା ସହ ଧମକ ଦେଉଥିବା କୁହାଯାଉଛି । ସେଥିପାଇଁ ଶୁଭଲକ୍ଷ୍ମୀ ଏହି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.