fbpx

ଶାସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଲେ ମୋଦୀ: ଅନାସ୍ଥା ପ୍ରସ୍ତାବ ଉପରେ ରଖିଲେ ଲମ୍ବା ଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦୀର୍ଘ ୨ ଘଣ୍ଟା ୧୩ ମିନିଟ ଲୋକସଭାରେ ନିଜର ପକ୍ଷ ରଖିଛନ୍ତି। ଏତେ ସମୟ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ଘଟଣାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ମାତ୍ର ଗୋଟିଏ ମିନିଟ ସମୟ ବ୍ୟବଧାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୂର ଶାସ୍ତ୍ରୀଙ୍କୁ ହରାଇଛନ୍ତି। ମୋଦୀ ୨ ଘଣ୍ଟାର ୧୩ ମିନିଟ ଭାଷଣ ଦେଇଥିବା ବେଳେ ଶାସ୍ତ୍ରୀ ୨ ଘଣ୍ଟା ୧୨ ମିନିଟ ଅନାସ୍ଥା ଉପରେ ମତ ରଖିଥିଲେ।

ଲାଲ ବାହାଦୂରଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ୧୯୬୫ ମସିହା ମାର୍ଚ୍ଚ ୧୬ରେ ବିତର୍କ ହୋଇଥିଲା। ଏହା ସପକ୍ଷରେ ୪୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିରୋଧରେ ୩୧୫ ଜଣ ସାଂସଦ ମତ ରଖିଥିଲା । ଲାଲ ବାହାଦୂର ବେଶ ସହଜରେ ବିଜୟୀ ହୋଇଥିଲେ।

ମଣିପୁର ହିଂସା ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ମୋଦୀ ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ପରେ ବାଚନିକ ଭୋଟ୍‌ରେ କାଟ୍ ଖାଇଯାଇଛି। ମୋଦୀଙ୍କ ଭାଷଣ ସମୟରେ ବିରୋଧୀମାନେ କକ୍ଷତ୍ୟାଗ କରିଥିଲେ। ତେଣୁ ବାଚନିକ ଭୋଟ୍‌ରେ ଏହି ଅନାସ୍ଥା କାଟ୍‌ ଖାଇଯାଇଥିଲା। ଗତ ତିନିଦିନ ଧରି କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଜୋରଦାର ଚର୍ଚ୍ଚା ହୋଇଥିଲା।

Get real time updates directly on you device, subscribe now.