ଓଡିଶା ଭାସ୍କର; ଆମ ଶରୀରକୁ ନେଇ ଏଭଳି ଅନେକ କିଛି ରୋଗ ରହିଛି ଯାହା ବିଷୟରେ ଆପଣ କିଛି ବି ଜାଣି ନାହାନ୍ତି । ଧୀରେ ଧୀରେ ଜଳ ବାୟୁ ପରିବର୍ତ୍ତନ ହେଉଥିବା ବେଳେ ଅନେକ ରୋଗ ମଧ୍ୟ ସୃଷ୍ଟି ହେଉଛି । ଆଜିର ଦିନରେ ଭିନ୍ନ ଭିନ୍ନ ରୋଗ ସାଙ୍ଗକୁ ଭିନ୍ନ ଭିନ୍ନ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଉଛି । କିଛି ରୋଗ ସାଧାରଣ ହୋଇଥିବା ବେଳେ କିଛି ରୋଗ ଅସାଧାରଣ ରହିଛି । ଯାହା ବିଷୟରେ ଆପଣ କେବେ ବି ପରିକଳ୍ପନା କରିନଥିବେ । ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଅସାଧାରଣ ରୋଗ । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ନିଜ ମନକୁ ପଚାରିବେ କଣ ସତରେ ଏଭଳି କିଛି ରୋଗ ଆମ ଶରୀରରେ ରହିଛି । ଏହି ଅସାଧାରଣ ରୋଗରେ ଆକ୍ରାନ୍ତ ହେବ ଦ୍ୱାରା ଲୋକଙ୍କ ହାତ ଓ ପାଦରେ ଉଦ୍ଭିଦ ଭଳି ଚର୍ମ ବଢୁଥିବା ନଜର ଆସୁଛି ।
ବାଂଲାଦେଶର ଜଣେ ବାସିନ୍ଦା ହେଉଛନ୍ତି ଶାହନା ଖତୁନ୍ । ତାଙ୍କର ବୟସ ମାତ୍ର ୧୦ ବର୍ଷ । ଦୀର୍ଘ ୫ବର୍ଷ ପୂର୍ବେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ଧୀରେ ଧୀରେ ତାଙ୍କ ମୁହଁରେ ଗଛର ଛାଲ ପରି ଦେଖିବାକୁ ମିଳିଲା । ଏହା ଆପେ ଆପେ ଭଲ ହେଇଯିବ ବୋଲି ମନରେ ଧାରଣା ରଖି ଏହାକୁ ଅଣଦେଖା କରିଥିଲେ । କିନ୍ତୁ ଏହି ରୋଗ ଭଲ ନ ହୋଇ ଧୀରେ ଧୀରେ ବ୍ୟାପିବାରେ ଲାଗିଲା । କିଛି ଦିନ ପରେ ଚିକିତ୍ସ୍ୟା ପାଇଁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । ଫଳରେ ସେ ଜାଣିବାକୁ ପାଇଲେ ତାଙ୍କ ଝିଅ ଟ୍ରି ମ୍ୟାନ୍ ସିଣ୍ଡ୍ରୋମରେ ପୀଡିତ ଅଛି । ଶାହନା ଥିଲା ଦୁନିଆର ପ୍ରଥମ ଝିଅ ଯିଏକି ସେ ଏହି ରୋଗରେ ଆକ୍ରନ୍ତ ଥିଲେ । ଯଦିଓ ତାଙ୍କ ପୂର୍ବରୁ କେହି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ସେମାନେ ସମସ୍ତେ ପୁରୁଷ ଥିଲେ ।
ସୂଚନା ଅନୁଯାୟୀ, ଏହା ଏକ ବିରଳ ଜେନେଟିକ୍ ରୋଗ, ଯେଉଁଥିରେ ମଣିଷ ଶରୀରରେ ଗଛ ଛାଲ ପରି ଚର୍ମ ବଢୁଥିବା ଦେଖା ଯାଇଥାଏ । ବିଶେଷକରି ଏହା ହାତ ଓ ପାଦରେ ବେଶୀ ହେଉଥିବା ବେଳେ କିଛି ଜଣଙ୍କ ମୁହଁରେ ବି ଏହା ହୋଇଥାଏ । ଡାକ୍ତରଙ୍କ କହିବା କଥା, ବିଜ୍ଞାନର ଭାଷାରେ ଏହାକୁ ଏପିଡର୍ମୋଡାଇସପ୍ଲାସିଆ ଭେରୁସିଫର୍ମିସ୍ କୁହାଯାଏ । ଏହି ରୋଗରେ ଆକ୍ରାନ୍ତ ହେଲେ ତାହା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଫଳରେ ରୋଗୀ କିଛି କାମ କରିବାକୁ ଅକ୍ଷମ ପାଲଟିଯାଏ ।
ବର୍ତ୍ତମାନ ସୁଦ୍ଧା ଏହି ରୋଗରେ କେତେ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । କିନ୍ତୁ ୨୦୦ ରୁ ଅଧିକ ମାମଲା ପଞ୍ଜୀକୃତ ହୋଇଛି । ଜେନେଟିକ୍ ଏବଂ ବିରଳ ରୋଗ ସୂଚନା କେନ୍ଦ୍ର ଅନୁଯାୟୀ ଏଭଳି ରୋଗୀ ଆରୋଗ୍ୟ ହୋଇପାରିବ ନାହିଁ । ସର୍ଜରୀ ହେଉଛି ଏକମାତ୍ର ବିକଳ୍ପ, ଯାହା ବ୍ୟବହାର କରି ଡାକ୍ତରମାନେ ଅବାଞ୍ଛିତ ଅଂଶକୁ ବାହାର କରନ୍ତି । କିନ୍ତୁ ଏହା ପୁଣି ଥରେ ହୋଇଥାଏ । ଏହି କାରଣରୁ ଏହାକୁ ବାରମ୍ବାର ଅସ୍ତ୍ରୋପଚାର କରିବାକୁ ପଡ଼େ । ଏହି ରୋଗରେ ଆକ୍ରାନ୍ତମାନଙ୍କ ପାଇଁ ସରକାରଙ୍କ ତରଫରୁ ମାଗଣା ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁଠୁ ବଡ କଥା ହେଉଛି ଯଦି ଏହି ରୋଗର ସଠିକ୍ ଚିକିତ୍ସା କରା ନ ଯାଏ, ତାହେଲେ ଏହା କର୍କଟରେ ପରିଣତ ହେବାର ସମ୍ଭାବନା ରହିଛି । ଏଣୁ ଏହି ମାରାତ୍ମକ ରୋଗ ବିଷୟରେ ନିଜେ ସଚେତନ ରହିବା ସହ ଅନ୍ୟଙ୍କୁ ସଚେତନ କରେଇବା ଅତ୍ୟନ୍ତ ଜରୁରୀ ।