fbpx

NEETରେ ଦୁଇଥର ଫେଲ୍ ହୋଇ ଆତ୍ମହତ୍ୟା କଲା ୧୯ ବର୍ଷୀୟ ଯୁବକ, ଶବ ସତ୍କାର ପରେ ବାପା ମଧ୍ୟ ହାରିଦେଲେ ଜୀବନ

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପୁଅର ଶବସତ୍କାର କରି ଆସିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପୁଅ ଗତ ଦୁଇ ବର୍ଷ ହେଲା ଲଗାତାର ନିଟ ପରୀକ୍ଷାରେ ଅସଫଳ ହେବା ଯୋଗୁଁ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ଏହି ୧୯ ବର୍ଷୀୟ ଜେଗାଦେଶ୍ୱରନ ୨୦୨୨ରେ ଦ୍ୱାଦଶ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେବେଠାରୁ ସେ ଦୁଇ ଥର ନିଟ୍ ପରୀକ୍ଷା ଦେଇସାରିଥିଲେ । ହେଲେ ସେ ଦୁଇ ଥର ଯାକ ପରୀକ୍ଷାରେ ଅସଫଳ ହୋଇଥିଲେ । ଜେଗାଦେଶ୍ୱରନ ଶନିବାର ଦିନ ଦ୍ୱିପ୍ରହର ସମୟରେ ଘରେ ଏକା ଥିବା ସମୟରେ ଆତ୍ମହତ୍ୟା କରିଥିଲେ । ତାଙ୍କ ବାପା ତାଙ୍କୁ ବହୁବାର ଫୋନ କରିଥିଲେ ହେଲେ ତାଙ୍କ ପାଖରୁ କୌଣସି ଉତ୍ତର ମିଳିନଥିଲା । ଏହାପରେ ତାଙ୍କ କବାଟ ଭାଙ୍ଗିବା ପରେ ଦେଖିବାକୁ ମିଳିଥିଲା ଯେ, ସେ ଆତ୍ମହତ୍ୟା କରିସାରିଛନ୍ତି ।

ଜେଗାଦେଶ୍ୱରନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବାପା-ମାଆ ଏହା କହିଥିଲେ ଯେ, ତାଙ୍କ ପୁଅ ଏହି ପଦକ୍ଷେପ ଏଥିପାଇଁ ନେଇଛି କାରଣ ସେ ଦୁଇ ଥର ନିଟ୍ ପରୀକ୍ଷାରେ ପାସ କରିପାରିନଥିଲା । ଏହାପରେ ତାଙ୍କ ବାପା ସେଲ୍ୱସେକର ପୁଅର ମୃତ୍ୟୁକୁ ସହ୍ୟ ନକରିପାରି ରବିବାର ଦିନ ନିଜେ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.