fbpx

(Video) ସତ ହେଉଛି ମାଳିକା… ବାସିଲାଣି ଓଉ ଫୁଲ: ପୃଥିବୀ ପାଇଁ ମାଡ଼ି ଆସୁଛି ମହାବିପତ୍ତି

ବର୍ତ୍ତମାନ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନର ପ୍ରତ୍ୟେକଟି ଘଟଣା ଧିରେ ଧିରେ ସତ ହେଉଛି । ନିମ୍ବ ଗଛରୁ କ୍ଷୀର ଝରିବାଠୁ ଆରମ୍ଭ କରି ପୁରୀ ମନ୍ଦିର ଉପରେ ଚିଲ ଉଡ଼ିବା ଘଟଣା ସବୁ କିଛି ସତ ହୋଇଚାଲିଛି । ତେଣୁ କଳିକାଳ ଶେଷ ହେବା ସହ ପୃଥିବୀ ଧ୍ୱଂସ ହେବାର ସମୟ ଆସିଯାଇଛି ବୋଲି ଏବେ ଚର୍ଚ୍ଚା ହେବାରେ ଲାଗିଛି । ଏହା ଭିତରେ ମାଳିକାରେ ଲେଖାଥିବା ଆଉ ଏକ ବାଣୀ ଏବେ ସତ ପ୍ରମାଣିତ ହୋଇଛି । ଓଉଫୁଲର ବାସ୍ନାରେ ସାରା ଅଞ୍ଚଳ ଏବେ ମହକୁଛି, ଯାହାକୁ ଦେଖିବାକୁ ଅନେକ ଲୋକଙ୍କର ଭିଡ ଲାଗିଛି ।

ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ମଧୁବନ ଗ୍ରାମରେ । ସାଧାରଣତଃ ଓଉ ଗଛର ଫୁଲରେ କୌଣସି ବାସ୍ନା ନଥାଏ । କିନତୁ ଏହି ଗଛରେ ଏମିତି ଫୁଲ ଫୁଟୁଛି, ଯାହାର ବାସ୍ନାରେ ସାରା ଅଞ୍ଚଳ ମହକି ଯାଉଛି । ଯିଏ ଆସୁଛନ୍ତି ଘଣ୍ଟା ଘଣ୍ଟା ଧରି ସେହି ଗଛଟିକୁ ଚାହିଁ ରହୁଛନ୍ତି । ଫୁଲର ବାସ୍ନା ପାଇ ଲୋକ ମାନେ ଚାଲି ଯାଉଛନ୍ତି, କିଏ କହୁଛନ୍ତି କେବେ ଓଉ ଗଛର ଫୁଲ ବାସ୍ନା ହୁଏ ନାହିଁ । ଆଉ କିଏ କହୁଛନ୍ତି ମାଳିକା କଥା ଧୀରେ ଧୀରେ ସତ୍ୟ ହେବାକୁ ବସିଲାଣି । କାରଣ ମାଳିକାରେ କୁହାଯାଇଛି ଯେ, କଳିଯୁଗ ଶେଷରେ ବାସ୍ନା ଭରା ଫୁଲରୁ ମହକ ହଜିଯିବ ଏବଂ ମାସ ନଥିବା ଗଛରେ ବାସ୍ନା ଖେଳିବ । ଏହି ଫୁଲକୁ ଦେଖି ଅନେକ ଲୋକ ବିରଳ ମଧ୍ୟ କହୁଛନ୍ତି । ଏହି ଓଉ ଫୁଲଟିର ବାସ୍ନା ଏବେ ସମସ୍ତଙ୍କୁ ଆକୃଷ୍ଟ କରିଛି । ଯାହାକୁ ଦେଖିବାକୁ ସମସ୍ତଙ୍କ ମନରେ ଅନେକ ଲୋକଙ୍କର ଭିଡ ଲାଗିଛି । ଏହାସହିତ ବୃଦ୍ଧି ପାଇବାରେ ଲାଗିଛଇ ମାଳିକା କଥାର ଭୟ । ଡରାଇବାରେ ଲାଗିଛି କଳିଯୁଗ ଧ୍ୱଂସ ହେବାର ସେହି ଭୟଙ୍କର ଚିତ୍ର ।

ମାଳିକାର କଥା ଧୀରେ ଧିରେ ସତ ହେଉଛି । ଅନେକ ଅଦ୍ଭୁତ ଘଟଣା ଘଟିବା ସହ କଳିଯୁଗ ଧ୍ୱଂସ ହେବାର ପୂର୍ବ ସଂକେତ ଦେଉଛି ମାଳିକାବାଣୀ । ଓଉ ଫୁଲ ଆପଣ ମାନେ ଅନେକ ଦେଖିଥିବେ ହେଲେ ଏହି ଓଉ ଫୁଲଟି କିଛି ଅଲଗା ଯାହାକୁ ଦେଖିବାକୁ ଅନେକ ଲୋକଙ୍କର ଭିଡ ଲାଗିଛି । ଏହି ଫୁଲର ବାସ୍ନାରେ ପୁରା ଅଞ୍ଚଳ ଏବେ ମହକୁଛି । ଆପଣଙ୍କ ମାନଙ୍କ ମନରେ ପ୍ରଶ୍ନ ଆସୁଥିବା ଓଉ ଫୁଲରେ ବାସ୍ନା ରହିଛି କି ନାହିଁ । ତାହା ଆପଣ ମାନେ କହିବେ କିନ୍ତୁ ଏଠି ଆମେ କହିବୁ କି ଏହି ଫୁଲର ବାସ୍ନା ରହିଛି । ଯାହାକୁ ଦେଖିବାକୁ ଅନେକ ଲୋକଙ୍କର ଭିଡ ଲାଗିଛି ।

Get real time updates directly on you device, subscribe now.