fbpx

ଆମେରିକା: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମାମଲା ରୁଜୁ, ନିର୍ବାଚନ ଫଳାଫଳକୁ ବଦଳାଇବା ଅଭିଯୋଗ

ଆଟଲାଣ୍ଟା: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୨୦୨୦ ନିର୍ବାଚନରେ ଜର୍ଜିଆରେ ନିଜ ପରାଜୟକୁ ବେଆଇନ ଭାବେ ଓଲଟାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ଅପରାଧିକ ମାମଲା ଏବଂ ଦ୍ୱିତୀୟ ଥର ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ନିର୍ବାଚନ ଫଳାଫଳ ପ୍ରଭାବିତ କରିବା ଲାଗି ହୋଇଥିବା ଅଭିଯୋଗର ଶୁଣାଣି କରି କିଛି ଦିନ ତଳେ ଓ୍ବାଶିଂଟନ ଫେଡେରାଲ କୋର୍ଟ ଟ୍ରମ୍ପଙ୍କୁ ଅଭିଯୁ୍କ୍ତ ଦର୍ଶାଇଥିଲେ । ଜଣେ ପର୍ଣ୍ଣଷ୍ଟାରଙ୍କୁ ଚୁପ୍ ରହିବା ଲାଗି ଅର୍ଥ ପ୍ରଦାନ କରିଥିବା ମାମଲାରେ ବି ଟ୍ରମ୍ପଙ୍କୁ କିଛି ମାସ ତଳେ ମାନହଟ୍ଟନ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ ।

ଦୁଇ ବର୍ଷର ଅନୁସନ୍ଧାନ ପରେ ଟ୍ରମ୍ପଙ୍କୁ ଫୁଲଟନ୍ କାଉଣ୍ଟି ଗ୍ରାଣ୍ଡ୍ ଜଜ୍ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜାନୁଆରୀ ୨୦୨୧ ରେ ଏକ ଫୋନ୍ କଲ ପରେ ତଦନ୍ତ ଆରମ୍ଭ ହୋଇଥିଲା ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି କହିଥିଲେ ଯେ, ଜର୍ଜିଆରେ ରିପବ୍ଲିକାନ୍ ପାର୍ଟିର ‘ରାଜ୍ୟ ସଚିବ’ (ନିର୍ବାଚନ ଅଧିକାରୀ) ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନଙ୍କ ସଂକୀର୍ଣ୍ଣ ପରାଜୟକୁ ବଦଳାଇବା ଆବଶ୍ୟକ । ଜଣେ ନିର୍ବାଚନ ଅଧିକାରୀ ବ୍ରାଡ ରାଫେନସ୍ପର୍ଜରଙ୍କ ନିକଟକୁ ଟ୍ରମ୍ପ ଫୋନ କରି ତାଙ୍କ ସପକ୍ଷରେ ଅଧିକ ଭୋଟ କରାଇଦେବା ଲାଗି କହିଥିଲେ ବୋଲି ଟ୍ରମ୍ପଙ୍କ ବିରୋଧରେ ହୋଇଥିଲା ଅଭିଯୋଗ ।

Get real time updates directly on you device, subscribe now.