fbpx

ମନ୍ଦିର ରାସ୍ତାରେ ବଡି ଭୋରୁ ସିଙ୍ଗର ବାଦଶାହଙ୍କ ସହ ଘଟିଲା ଏପରି କିଛି, ଲୋକେ କହିଲେ ମିଳିଛି ଦେବୀ ମା’ଙ୍କ ଦର୍ଶନ

ମୁମ୍ବାଇ: ରାପର ସିଙ୍ଗର ବାଦଶାହଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କ ଜୀବନର ଏକ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଭୋର ୪ ଟା ସମୟରେ ଶୂନଶାନ ସଡକରେ ତାଙ୍କ ସହ ଏପରି କିଛି ଘଟିଛି ଯାହାକୁ ନେଇ ସେ ଭୟଭୀତ ହୋଇପଡିଛନ୍ତି । ବାଦଶାହଙ୍କ ଏହି ଭିଡିଓ ଉପରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିବାରେ ଲାଗିଛି । କିଛି ଲୋକ କହିଛନ୍ତି ଏହା ବାଦଶାହଙ୍କ ମନଗଢା କାହାଣୀ ତ ଆଉ କିଏ କହିଛନ୍ତି ବାଦଶାହଙ୍କର ଈଶ୍ୱର ଦର୍ଶନ ହୋଇଯାଇଛି ।

ଏହି ଭିଡିଓରେ ବାଦଶାହ କହିଛନ୍ତି ଭୋର ୪ ଟା ସମୟରେ ଜଣେ ବୁଢୀ ଲୋକ ଛତା ଧରି ରାସ୍ତାରେ ଏକାକୀ ଯାଉଥିଲେ । ତାଙ୍କ ଅଣ୍ଟା ନଇଁ ଯାଇଥିଲା । ସେ ଷ୍ଟୁଡିଓରୁ ଫେରୁଥିଲେ । ମୁଁ ତାଙ୍କୁ ଦେଖି ନ ଦେଖିଲା ପରି ଆଗକୁ ଚାଲିଗଲି । କିନ୍ତୁ କିଛିବାଟ ଗଲା ପରେ ଫେରିଆସି ଚଷମା ଖୋଲି ସେହି ବୁଢୀ ମାଉସୀଙ୍କୁ ପଚାରିଲି କେଉଁଠାକୁ ଯାଉଛ ? ସେ କହିଲେ ମୁଁ ହସ୍ପିଟାଲ ଯାଉଛି । ମୁଁ କହିଲି ଏତେ ବର୍ଷାରେ କାହିଁକି ଚାଲି ଚାଲି ଯାଉଛ । ଅଟୋରେ ଗଲନି । ସେ କହିଲେ ମୋ ପାଖରେ ପଇସା ନାହିଁ । ମୁଁ ତାହାପରେ କହିଲି ଆସ ମୁଁ ତୁମକୁ ଛାଡି ଦେବି । ସେ ମନା କଲେ । କହିଲେ ମୋତେ ତୁମ ସହ ଯିବାକୁ ଡର ଲାଗୁଛି । ତମର ଉଦ୍ଦେଶ୍ୟ କ’ଣ ମୁଁ ଜାଣିନି ।

ଏହାପରେ ବାଦଶାହ ତାଙ୍କୁ କହିଥିଲେ ଡରନି ମା’ । ମୁଁ ତୁମକୁ ହସ୍ପିଟାଲରେ ଛାଡି ଦେବି । ବୁଢୀ ମାଉସୀ କହିଥିଲେ, ମୋତେ ମନ୍ଦିର ରୋଡ ପାଖରେ ଛାଡିଦିଅ । ଏହାପରେ ଦୁଇଜଣ କଥାବାର୍ତ୍ତା ହୋଇ ଆଗକୁ ଯିବା ଭିତରେ ମନ୍ଦିର ରୋଡ୍ ଅତିକ୍ରମ କରିଯାଇଥିଲେ । ବାଦଶାହ ବୁଢୀ ମାଉସୀଙ୍କୁ ପୁଣି ପଚାରିଥିଲେ ତୁମେ ହସ୍ପିଟାଲ କ’ଣ ପାଇଁ ଯାଉଛ ? ସେ କହିଥିଲେ ମୁଁ ମୋ ସ୍ୱାମୀଙ୍କ ଏକ୍ସରେ ରିପୋର୍ଟ ଦେଖାଇବାକୁ ଯାଉଛି । ସକାଳୁ ସକାଳ ନ ଗଲେ ସେ ଡାକ୍ତରମାନଙ୍କୁ ପାଇବେନି ବୋଲି କହିଥିଲେ । ଏହାପରେ ବାଦଶାହ ତାଙ୍କ ପାଖରେ ଥିବା ୧୦ଟି ଟଙ୍କା ତାଙ୍କୁ ଦେଇଥିଲେ । ମାଉସୀ ବି ରଖିଥିଲେ । ବାଦଶାହ କହିଛନ୍ତି ସେ ମାଉସୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ବି ତାଙ୍କ ପାଖରେ ସେତେବେଳେ ଅଧିକ ପଇସା ନ ଥିଲା । ମାଉସୀଙ୍କୁ ସେ ଫୋନ ନମ୍ବର ମାଗିଥିଲେ କିନ୍ତୁ ତାଙ୍କ ପାଖରେ ଫୋନ ନାହିଁ ବୋଲି ସେ କହିଥିଲେ । ଏହାପରେ ସେହି ମାଉସୀ ଚାଲି ଯାଇଥିଲେ । ସେ ଯେତେବେଳେ ତାଙ୍କ ଘରେ ଆସି ଏ କଥା କହିଥିଲେ ସେତେବେଳେ ତାଙ୍କୁ ସମସ୍ତେ କହିଥିଲେ ସେ ଛଦ୍ମବେଶରେ କୌଣସି ଦେବୀ ହୋଇଥାଇପାରନ୍ତି ବୋଲି । ଏହାପରେ ସେ ସୋସିଆଲ ମିଡିଆରେ ନିଜର ଏହି ଅନୁଭୂତିକୁ ସେୟାର କରିଛନ୍ତି ।

Get real time updates directly on you device, subscribe now.