fbpx

ପୁଣି ଟ୍ରେନ ଦୁର୍ଘଟଣା: ଓଡ଼ିଶାରେ ଘଟିଗଲା ପୁଣି ଏକ ବଡ଼ ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଳା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ଭୁଲିପାରି ନାହାନ୍ତି । ଉକ୍ତ ଦୁର୍ଘଟଣାରେ ପାଖାପାଖି ୩୦୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆଜି ପର୍ଯ୍ୟନ୍ତ ମଧ୍ୟ ଉକ୍ତ ଦୁର୍ଘଟଣାର ସମସ୍ତ ମୃତକଙ୍କୁ ଚିହ୍ନଟ ହୋଇ ପାରିନାହିଁ । ଅନେକ ଶବକୁ ଏବେ ବି ବିଭିନ୍ନ ହସ୍ପିଟାଲରେ ସଂରକ୍ଷିତ କରି ରଖାଯାଇଛି ।

ତେବେ ଗତ ଦୁଇ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜି ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ରାଜ୍ୟର ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଘଟଣ । ଗୋଟିଏ କୋଇଲା ବୋଝେଇ ମାଲବାହୀ ଟ୍ରେନ ୮ଟି ବଗି ଛାଡ଼ି ପାଖାପାଖି ୧ କିମି ଦୂରକୁ ଚାଲି ଯାଇଥିଲା । ଟ୍ରେନଟି ସମ୍ବଲପୁରରୁ ଟିଟିଲାଗଡ଼ ଅଭିମୁଖେ ଯାତ୍ରା କରୁଥିବା ବେଳେ ଖଜୁରିପଡ଼ା ଫାଟକ ନିକଟରେ ବଗିକୁ ଛାଡ଼ି ଇଞ୍ଜିନ ପଳାଇ ଯାଇଥିଲା ।

ଏହା ପୂର୍ବରୁ ଗତ ମାସ ୨୭ ତାରିଖରେ ମଧ୍ୟ ଏକ ସମାନ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଛତିଶଗଡ଼ରେ ଗୋଟିଏ ମାଲବାହୀ ଟ୍ରେନର ୮ଟି ବଗି ରେଳ ଧାରଣାରୁ ଖସି ଯାଇଥିଲା । ଫଲରେ ରେଳ ଲାଇନ୍ କ୍ଷତିଗ୍ରସ୍ତ ହୋଇଥିଲା । ମାତ୍ର ଉକ୍ତ ଦୁର୍ଘଟଣା ପରେ କୌଣସି ଯାତ୍ରୀବାହୀ ଟ୍ରେନ ଚଳାଚଳ କରିପାରିନଥିଲା । ଯାଞ୍ଜଗୀର ଚାମ୍ପା ଜିଲ୍ଲାର ଅକଲତରା ଓ ନୈଲା ରେଳ ଷ୍ଟେସନ ମଧ୍ୟରେ ଉକ୍ତ ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.