fbpx

(Video) ଭାରତର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ୍: ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସାଧାରଣତଃ ପ୍ରିଣ୍ଟର ମାଧ୍ୟମରେ କାଗଜ ଉପରେ ପ୍ରିଣ୍ଟିଂ କରାଯାଇଥାଏ, କିନ୍ତୁ ଆଧୁନିକ ଟେକନିକ୍ ଏହାକୁ ନୂଆ ସ୍ତରରେ ପହଞ୍ଚାଇ ଦେଇଛି । କାଗଜରେ ଶବ୍ଦ ଏବଂ ଫଟୋ ଛାପିବା ପରେ ବର୍ତ୍ତମାନ ଭାରତରେ ସମଗ୍ର କୋଠା ପ୍ରିଣ୍ଟିଂ ହୋଇ ନିର୍ମାଣ କରାଯାଇଛି । ପ୍ରିଣ୍ଟିଂ ଜଗତରେ ଭାରତ ପ୍ରଥମ ଥର ପାଇଁ ଏହି ନୂଆ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏହାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ୩ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ସହିତ ବିଲଡିଂ ପ୍ରସ୍ତୁତ ହୋଇଥିବାର ଦେଖିବାକୁ ମିଳିବ । ପ୍ରିଣ୍ଟିଂର ନୂଆ କୌଶଳ ବ୍ୟବହାର କରି ପୋଷ୍ଟ ଅଫିସର ବିଲ୍ଡିଂ ପ୍ରସ୍ତୁତ କରାଯାଇଛି ।

ବେଙ୍ଗାଲୁରୁର କେମ୍ବ୍ରିଜ୍ ଲେଆଉଟ୍ ରେ ଅବସ୍ଥିତ ଏହି ବିଲଡିଂ ରେକର୍ଡ ୪୪ ଦିନରେ ମୁଦ୍ରିତ ହୋଇ ପ୍ରସ୍ତୁତ ହୋଇଥିଲା । ଏହାକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଉଦଘାଟନ କରିଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଏହି ୩ଡି ଡାକଘରର ନିର୍ମାଣ ମାର୍ଚ୍ଚ ୨୧ ରେ ଆରମ୍ଭ ହୋଇ ମେ ୩ ରେ ଶେଷ ହୋଇଥିଲା । ୩ଡି ଟେକ୍ନୋଲୋଜିର ବ୍ୟବହାର କାରଣରୁ ଏତେ କମ୍ ସମୟ ମଧ୍ୟରେ ଏହା ପ୍ରସ୍ତୁତ ହୋଇପାରିଛି ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି:-

ବିଲଡିଂର ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବେଙ୍ଗାଲୁରୁ ସବୁବେଳେ ସମସ୍ତଙ୍କ ସାମ୍ନାରେ ଦେଶର ଏକ ନୂଆ ଚିତ୍ର ଉପସ୍ଥାପନ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, “ଆପଣ ଏହି ୩ଡି-ପ୍ରିଣ୍ଟ ପୋଷ୍ଟଅଫିସ ଭବନର ଯେଉଁ ଫଟୋ ଦେଖିଲେ, ତାହା ଆଜି ଭାରତର ଭାବନା । ଏହା ହେଉଛି ସେହି ଭାବନା, ଯାହା ସହିତ ଆଜି ଭାରତ ପ୍ରଗତି କରୁଛି ” । ଦେଶ ପାଖରେ ଜଣେ ଏପରି ନେତା ଅଛନ୍ତି ଯିଏ ଆମ ଦେଶର ଲୋକଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରନ୍ତି ।

ବାଙ୍ଗାଲୋରରେ ନିର୍ମିତ ଏହି କୋଠାର ନାମ କେମ୍ବ୍ରିଜ୍ ଲେଆଉଟ୍ ପୋଷ୍ଟ ରଖାଯାଇଛି । ଏହା ସମୁଦାୟ ୧୧୦୦ ବର୍ଗଫୁଟ ସ୍ଥାନରେ ନିର୍ମିତ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଏହା କେବଳ ସ୍ୱଳ୍ପ ସମୟ ନୁହେଁ ବରଂ ସ୍ୱଳ୍ପ ମୂଲ୍ୟରେ ମଧ୍ୟ ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.