fbpx

ଜାଲ୍ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରୀ, ଧରାପଡ଼ିବା ପରେ ଶିକ୍ଷା ଅଧିକାରୀ ନେଲେ …

ବଲାଙ୍ଗୀର: ଜାଲ୍ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରୀ, ଧରାପଡ଼ିବା ପରେ ଶିକ୍ଷା ଅଧିକାରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଭାଗରେ ମାଳ ମାଳ ଜାଲ୍‌ ସାର୍ଟିଫିକେଟଧାରୀ ସରକାରୀ ଚାକିରି ହାତେଇଥିବା ଚର୍ଚ୍ଚା ହେଉଛି । ଏବେ ଏହାରି ଭିତରେ ଜାଲ ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଜିଲ୍ଲାରୁ ୪ଜଣ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି । ଏହି ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ । ବହିଷ୍କୃତ ନକଲି ଶିକ୍ଷକମାନେ ହେଲେ ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ । ଏମାନଙ୍କ ଭିତରୁ ମୃଣ୍ମୟୀ ପଣ୍ଡା ଗିରଫ ହୋଇଥିବା ବେଳେ ଅନ୍ୟ ୩ଜଣ ବର୍ତ୍ତମାନ ଫେରାର ଅଛନ୍ତି ।

ସୂଚନା ଥାଉକି, ଗତ ୧୦ତାରିଖରେ ଏହି ଘଟଣାରେ ଜିଲ୍ଲାରୁ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ । ଜାଲ୍ ସାର୍ଟିଫିକେଟ ଦେଇ ସେ ୨୦୧୨ରୁ ଚାକିରୀ କରି ଆସୁଥିଲେ । ବଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା ।

ଏହା ପରେ ଜଣାପଡିଥିଲା, ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ମଧ୍ୟ ଚାକିରୀ କରିଛନ୍ତି । ଏନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ । ତେବେ ବର୍ତ୍ତମାନ ନକଲି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରୀ ହାତେଇଥିବା ୪ ଶିକ୍ଷକଙ୍କୁ ଏହାରି ଭିତରେ ବହିଷ୍କାର କରାଯାଇଛି । ଜଣେ ନକଲି ଶିକ୍ଷକ ଗିରଫ ହୋଇଥିବା ବେଳେ ଅନ୍ୟ ତିନି ଜଣ ଏବେ ଫେରାର ଅଛନ୍ତି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.