fbpx

କାରଗିଲରେ ସନ୍ଦିଗ୍ଧ ବିସ୍ଫୋରଣ: ୨ ମୃତ, ୧୧ ଆହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଆସିଛି ଏକ ବଡ଼ ଖବର । କାରଗିଲରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ଲଦାଖର କାରଗିଲ ଜିଲ୍ଲାର ଏକ ସ୍କ୍ରାପ ଡିଲରଙ୍କ ଦୋକାନରେ ସନ୍ଦେହଜନକ ଭାବେ ଏକ ବିସ୍ଫୋରଣ ଘଟିଥିବା ଅଫିସିଆଲ ଭାବେ ସୂଚନା ଜାରି କରାଯାଇଛି ।

ଖବର ମୁତାବକ, ଡ୍ରାସର କବାଡ଼ି ନାଲାହ ଅଞ୍ଚଳର ଜଣେ ସ୍କ୍ରାପ ଡିଲରଙ୍କ ଦୋକାନରେ ଏକ ସନ୍ଦିଗ୍ଧ ବସ୍ତୁ ବିସ୍ଫୋରଣ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଅଣସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ତଦନ୍ତ ଜାରି ରଖିଛି ।

ଚଳିତ ବର୍ଷ ଏପ୍ରିଲ ମାସରେ ମଧ୍ୟ ଏଭଳି ଏକ ଧମାକା ହୋଇଥିଲା । ୧୯୯୯ ମସିହା କାରଗିଲ ଯୁଦ୍ଧ ସମୟରେ ଏକ ଜୀବନ୍ତ ବୋମା ବିସ୍ଫୋରଣ ଫଳରେ ଜଣେ କିଶୋର ମୃତ୍ୟୁବରଣ କରିବା ସହିତ ଦୁଇଜଣ ଆହତ ହୋଇଥିଲେ । ଏଷ୍ଟ୍ରୋ ଫୁଟବଲ ଗ୍ରାଉଣ୍ଡ ନିକଟସ୍ଥ କୁରବାଥାଙ୍ଗରେ ଉକ୍ତ ବିସ୍ଫୋରଣ ହୋଇଥିଲା । ଉକ୍ତ ଜୀବନ୍ତ ବୋମା ୧୯୯୯ ମସିହାର କାରଗିଲ ଯୁଦ୍ଧ ସମୟର ଥିଲା । କାରଗିଲ ଯୁଦ୍ଧ କଥା ଶୁଣିବା ମନରେ ପ୍ରତି ଭାରତୀୟଙ୍କ ମନରେ ଏକ ଶିହରଣ ଖେଳିଯାଇଥାଏ । ଉକ୍ତ ଯୁଦ୍ଧରେ ଭାରତର ୫୬୨ ଜଣ ଯବାନ ସହିଦ ହୋଇଥିବା ବେଳେ ପାକିସ୍ତାନର ୬୦୦ରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.