ବିପଦ ସଂକେତ ଉପରେ ବହୁଛି ବୈତରଣୀ ନଦୀ: ଯାଜପୁରରେ ବଢୁଛି ବନ୍ୟା ଆଶଙ୍କା

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ତର । ଯାହା ଫଳରେ ବର୍ତ୍ତମାନ ଯାଜପୁର ସହ ଭଦ୍ରକ ଜିଲ୍ଲା ପାଇଁ ବିପଦ ବଢିବାରେ ଲାଗିଛି । ବିଶେଷ କରି ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ବହୁଛି ବୈତରଣୀ ନଦୀର ପାଣି । ତେଣୁ ଉଭୟ ଜିଲ୍ଲାରେ ଏବେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର । ଏଠାରେ ବୈତରଣୀ ନଦୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ନଦୀରେ ପ୍ରବାହିତ ହେଉଥିବା ଜଳସ୍ତର ରହିଛି ୧୭.୮୮ ମିଟର । ଯାହା ଫଳରେ ଦୁଇଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖା ଦେଇଛି ।