fbpx

ସତ୍ୟବାଦୀରେ 5T ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କାଳିମାଡ଼, ଯୁବକ ଗିରଫ

ପୁରୀ: ପୁରୀ ସତ୍ୟବାଦୀରେ 5T ସଚିବ ଭି.କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସତ୍ୟବାଦୀରେ ସଭାସ୍ଥଳକୁ ଯାଉଥିବାବେଳେ କାଳିମାଡ଼ ହୋଇଥିବା ଜଣାପଡିଛି । ଅନ୍ୟପଟେ କାଳିମାଡ଼ କରିଥିବା ଯୁବକକୁ କାବୁ କରିଛି ପୋଲିସ । ଅଭିଯୁକ୍ତ ଯୁବକ ଭାସ୍କର ସାହୁଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ ।

ସୂଚନା ମୁତାବକ, ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ଼ ହୋଇଛି। କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇଛି। କାଳିମାଡ଼ କରିଥିବା ବ୍ୟକ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨ ଦିନିଆ ପୁରୀ ଗସ୍ତରେ ଥିଲେ ୫ ଟି ସଚିବ ଭି.କେ ପାଣ୍ଡିଆନ।

Get real time updates directly on you device, subscribe now.