ନୂଆଦିଲ୍ଲୀ : ଟମାଟୋର ଦାମରୁ ଲୋକମାନଙ୍କୁ ଟିକେ ଆସ୍ୱସ୍ତି ମିଳିଛି । ନେପାଳରୁ ଟମାଟୋର ଆମଦାନୀ ଆରମ୍ଭ ହୋଇ ସାରିଛି । ସେହିପରି ଦେଶର ଅନ୍ୟ କ୍ଷେତ୍ରରୁ ଟମାଟୋ ଆସିବା ଆରମ୍ଭ ହୋଇସାରିଛି । ଏହା ମଧ୍ୟରେ ଏହା ମଧ୍ୟରେ ସରକାର କିଛି ଦୋକାନରେ ଶସ୍ତାରେ ଟମାଟୋ ବିକିବା ଆରମ୍ଭ କରି ସାରିଛନ୍ତି । କିଲୋପ୍ରତି ୧୦ଟଙ୍କା କମିଛି ଟମାଟୋ । ଏହି ନୂଆ ଦର ୨୦ ଅଗଷ୍ଟରୁ ଲାଗୁ ହେବ ।
ଟମାଟୋର ମୂଲ୍ୟ କମିବା ପାଇଁ ସରକାରଙ୍କ ସଂସ୍ଥା ଏନସିସିଏଫ ଏବଂ ନେଫେଡ ୨୦ ଅଗଷ୍ଟରୁ ୪୦ଟଙ୍କାରେ ଟମାଟେ ବିକିବେ । ପୂର୍ବମାସରୁ ଭାରତୀୟ ରାଷ୍ଟ୍ରିୟ ସହକାରୀ ଉପଭୋକ୍ତା ମହାସଙ୍ଘ ଏବଂ ଭାରତୀୟ ରାଷ୍ଟିୟ କୃଷି ସହକାରୀ ବପର୍ୟ୍ୟ ମହାସଙ୍ଘ ଲିମିଟେଡ ମୂଲ୍ୟବୃଦ୍ଧି କରିବା ପାଇଁ ଉପଭୋକ୍ତା ମାମଲା ମନ୍ତ୍ରଳାୟ କମ ଟଙ୍କାରେ ଟମାଟୋ ବିକୁଛନ୍ତି ।
ପ୍ରାରମ୍ଭରୁ ଏହାର ଦାମ ୯୦ଟଙ୍କା ସବସିଡି ପ୍ରତି କିଲୋରେ ଲଗାଯାଇଥିଲା । ପରେ ଏହାର ଦର ଧିରେ ଧିରେ କମ କରାଗଲା । ଶେଷଥର ୧୫ ଅଗଷ୍ଟରେ ଏହାର ମୂଲ୍ୟ କମ କରାଯାଇଥିଲା । ଯାହା ପରେ ଟମାଟୋ କିଲୋ ୫୦ଟଙ୍କା ହୋଇଥିଲା । ଏବେ ୨୦ ଅଗଷ୍ଟରେ ଏହାର ମୂଲ୍ୟ ୪୦ ଟଙ୍କା ହେବ ।
୧୫ ଲକ୍ଷରୁ ଅଧିକ ଟମାଟୋ କିଣାଯାଇଛି । ଏବଂ ଏହା ପରେ ଏହା ଖୁଦ୍ର ବ୍ୟବସାୟୀ ମାନଙ୍କୁ ବିକ୍ରି ହେବ ଏହା ପରେ ଗ୍ରାହକମାନେ କମ ମୂଲ୍ୟରେ ଟମାଟୋ କିଣିପାରିବେ । ଯେଉଁ ସ୍ଥାନରେ ଟମାଟୋର ଦର କମ୍ ହୋଇଛି ସେହି ସବୁ ସ୍ଥାନ ହେଉଛିରାଜଧାନୀ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର । ଏହା ଛଡା ଆନ୍ଧ୍ର ପ୍ରଦେଶ କର୍ନାଟକ ଏବଂ ମହାରାଷ୍ଟ୍ରର ମଧ୍ୟ ଟମାଟୋ କିଣିବାରେ ଲାଗିଛି ।